ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅଫିିସ୍‌ରେ ପୋଲିସ, କେଜ୍ରିୱାଲଙ୍କ ପିଏ ଆପ୍ ସାଂସଦଙ୍କୁ ମାଡ ମାରିଥିବା ନେଇ ହୋଇଛି ଅଭିଯୋଗ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସ୍ୱାତି ମାଲିୱାଲ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ (ପିଏ) ବିଭବ କୁମାର ତାଙ୍କୁ ମାରିଥିବା ନେଇ ଅଭିଯୋଗ କରିଛନ୍ତି ।।
ପୋଲିସ ସୂତ୍ର ଅନୁସାରେ ସୋମବାର ସକାଳ ପ୍ରାୟ ୯ଟା ୩୦ ସମୟରେ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଏକ କଲ୍ ଆସିଥିଲା । ଫୋନ୍ କରିଥିବା ବ୍ୟକ୍ତି ନିଜକୁ ସ୍ୱାତି ମାଲିୱାଲ ବୋଲି କହିଥିଲେ ଓ ମୁଖ୍ୟମନ୍ତ୍ରୀଙ୍କ ପିଏ ତାଙ୍କୁ ମାଡ ମାରିିଛନ୍ତି । ଏହାପରେ ଅନ୍ୟ ଏକ କଲ୍‌ରେ କୁହାଯାଇଥିଲା କି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପିଏ ବିଭବ ତାଙ୍କୁ ପିଟିଛି ।

ସୂଚନା ଅନୁସାରେ ପୋଲିସ ସେଠାରେ ପହଞ୍ଚିବା ପରେ ସ୍ୱାତି କହିଥିଲେ କି ତାଙ୍କ ସହ ମାରପିଟ୍ ହୋଇଛି । ତେବେ ସ୍ୱାତି ନିଜର ମେଡିକାଲ ଚିକିତ୍ସା କରାଇବାକୁ ମନା କରିଛନ୍ତି ଓ ଏ ବାବଦରେ ପରେ ଲିଖିତ ରିପୋର୍ଟ ଦେବେ ବୋଲି କହିଛନ୍ତି ।