fbpx

କ୍ରିକେଟରେ କେତେ ଗୁରୁତ୍ୱ ରଖେ ଫିଟନେସ? କିଙ୍ଗ କୋହଲି ଦେଲେ ଏହାର ଜବାବ

ନୂଆଦିଲ୍ଲୀ: ଯୁଗ ବଦଳିବା ସହ କ୍ରିକେଟରେ ବଦଳି ଚାଲିଛି ନୂତନତା । ବର୍ତ୍ତମାନ କ୍ରିକେଟରେ ନୂଆ ନୂଆ ନିୟମର ବ୍ୟବହାର ମଧ୍ୟ ହେଉଛିା ବ୍ୟାଟିଂ ଓ ବୋଲିଂ ସହ କ୍ଷେତ୍ର ରକ୍ଷଣରେ ମଧ୍ୟ ଅନେକ କିଛି ବଦଳିସାରିଛି । ବର୍ତ୍ତମାନ ସମୟରେ କ୍ଷେତ୍ରରକ୍ଷଣ ଅଧିକ ମହତ୍ତ୍ୱ ରଖିଥାଏ । କିନ୍ତୁ ସେ ବ୍ୟାଟିଂ,ବୋଲିଂ ବା ଫିଲଡିଂ; ସବୁଠୁ ବେଶୀ ଗୁରୁତ୍ତ୍ୱ ବହନ କରେ ଫିଟନେସ । ଆଜିକା ସମୟରେ ବିନା ଫିଟନେସରେ ଜଣେ କ୍ରିକେଟ ଖେଳିବା ନିଶ୍ଚିତ ଭାବରେ କାଠିକର ପାଠ ।

ବଦଳୁଥିବା କ୍ରିକେଟ ଖେଳ ସହ ରନ ମେସିନ କୋହଲି ତଥା କ୍ରିକେଟ କିଙ୍ଗ ଫିଟନେସକୁ ନେଇ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ବିରାଟ କହିଛନ୍ତି ଯେ, ବିନା ଫିଟନେସରେ ବର୍ତ୍ତମାନ ସମୟରେ କ୍ରିକେଟ ଖେଳିବା ଏକ ଆହ୍ୱାନ । ଫିଟନେସକୁ ନେଇ ବିରାଟଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭାଇରାଲ ଭିଡିଓରେ କିଙ୍ଗ କୋହଲି କହିଛନ୍ତି, ବର୍ତ୍ତମାନ ସମୟରେ ଯଦି ଜଣେ ଖେଳାଳି ତିନୋଟି ଫର୍ମାଟରେ ଖେଳିବାକୁ ଚାହୁଁଛି, ତେବେ ତାହା ପାଖରେ ଫିଟନେସ୍ ରଖିବା ନିହାତି ଆବଶ୍ୟକ । ନହେଲେ ସେ ଏହା କରିବା ଅସମ୍ଭବ । ଟ୍ରେନିଂ ନ କଲେ ଜଣେ କ୍ରିକେଟର ଏବେକା ଯୁଗରେ ଫିଟ୍ ରହି ପାରିବ ନାହିଁ । ସେ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ମଧ୍ୟ ବେଶ୍ କମ୍ ହିଁ ପାଇପାରିବେ । ଯଦି ଜଣେ କ୍ରିକେଟରେ ଟ୍ରେନିଂ କରିବ ନାହିଁ, ସେ ବହୁତ ପଛରେ ରହିଯିବ । ଆଇପିଏଲ ୨୦୨୪ରେ କୋହଲି ପଞ୍ଜାବ କିଙ୍ଗସ ସହ ମୁକାବିଲା ସମୟରେ ନିଜ ଫିଟନେସର ପ୍ରମାଣ ଛାଡି ନିଜ ଫ୍ୟାନ୍ସଙ୍କୁ ଚକିତ କରି ଦେଇଥିଲେ ।

Get real time updates directly on you device, subscribe now.