ପ୍ରମୋସନାଲ କଲ୍ କରିବା ପଡ଼ିବ ମହଙ୍ଗା ! ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା ତାଲିକାରେ ଏୟାରଟେଲେ ସହ ଅନ୍ୟ କମ୍ପାନୀ

ନୂଆଦିଲ୍ଲୀ: ଏଣିକି ପ୍ରମୋସନାଲ କଲର ଶିକାର ହେଉଥିବା ଗ୍ରହକଙ୍କୁ ମିଳିବ ଆଶ୍ୱସ୍ତି । ଚଳିତ ମାସ ଶେଷ ସୁଦ୍ଧା ପ୍ରମୋସନାଲ କଲ ଉପରେ ରୋକ୍ ଲଗାଇବା ପାଇଁ ଟେଲିକମ୍ ଅପରେଟର୍ସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ନିୟମର ଉଲ୍ଲଙ୍ଘନ କଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ ବୋଲି କହିଛନ୍ତି ସରକାର ।

ରିପୋର୍ଟରୁ ପ୍ରକାଶ ଯେ ଗ୍ରାହକଙ୍କ ପାଖକୁ ଅଣପଞ୍ଜିକୃତ ନମ୍ବରରୁ ବିଭିନ୍ନ ଲୋନ୍‌, ସ୍କିମ୍‌, ଅଫର ଇତ୍ୟାଦିକୁ ନେଇ ପ୍ରମୋସନାଲ କଲ୍ ଆସିଥାଏ । ଏହା ଭୁଲ ଟ୍ରେଡ୍ ପ୍ରାକ୍ଟିସର ଅଂଶ ବିଶେଷ ଅଟେ । ଗ୍ରହକଙ୍କ ପ୍ରାଇଭେସି ଏବଂ ଅଧିକାର ଉଲ୍ଲଙ୍ଘନ ବିରୋଧରେ ସରକାର ବିଭିନ୍ନ ଟେଲିକମ୍ କମ୍ପାନୀଙ୍କ ପାଇଁ ଜରିମାନା ନିୟମ ଲାଗୁ କରିଛନ୍ତି । ୧୦ ଟି ସଂଖ୍ୟା ବିଶିଷ୍ଟ ଏହି ଅଣପଞ୍ଜିକୃତ ନମ୍ବର କମର୍ସିଆଲ ଉଦ୍ଦେଶ୍ୟ କିମ୍ବା ପ୍ରମୋସନାଲ କଲ୍ ପାଇଁ ବ୍ୟବହାର କରାଯାଇପାରିବ ନାହିଁ । କିନ୍ତୁ କେତେକାଂଶରେ ଏହି ନମ୍ବରରୁ କେବଳ ମେସେଜ୍ ପଠାଯାଇଥାଏ । କହିରଖୁଛୁ ଗତ ସପ୍ତାହ ଷ୍ଟକହୋଲ୍ଡରର୍ସଙ୍କ ସହ ହୋଇଥିବା ଏକ ବୈଠକରେ ଦୂରସଂଚାର ବିଭାଗ, TRAI, BSNL, ଏୟାରଟେଲ୍‌, ଭୋଡାଫୋନ୍ ଏବଂ ରିଲାଏନ୍ସ ଜିଓ ସହ ଜଡ଼ିତ ବ୍ୟକ୍ତି ବିଶେଷ ସାମିଲ ଥିଲେ । ଏହି ବୈଠକରେ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ସେଣ୍ଟ୍ରାଲ କନଜ୍ୟୁମର ପ୍ରୋଟେକସନ୍ ଅଥୋରିଟି(CCPA) ନିୟମର ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଯାହା ଡିପାର୍ଟମେଣ୍ଟ ଅଫ୍ କନଜ୍ୟୁମର ଅଫେୟାର୍ସକୁ ସପୋର୍ଟ କରିଥାଏ (DoCA) । ଏହି ବୈଠକ ପରେ ନିୟମ ଖିଲାପକାରୀଙ୍କ ବିରୋଧରେ ଜରିମାନା ଲାଗୁ କରିବା ନେଇ ନିଷ୍ପତ୍ତି ହୋଇଥିଲା ।

Get real time updates directly on you device, subscribe now.