ଭୁବନେଶ୍ୱର: ଓଡ଼ିଶାରେ ମେ ୧୩ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିମଧ୍ୟରେ ସହରାଞ୍ଚଳ ଭୋଟରଙ୍କୁ ସଚେତନ କରିବା ପାଇଁ ମୋ ବୁଥ୍ ଆପ୍ ଉନ୍ମୋଚିତ ହୋଇଯାଇଛି । ଏଣିକି ଆପ୍ ଓ ୱେବସାଇଟ୍ ମାଧ୍ୟମରେ ବୁଥ୍ ସମ୍ପର୍କିତ ସବୁ ତଥ୍ୟ ଜାଣିହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏହି ଆପ୍ ଉନ୍ମୋଚିତ କରିଛନ୍ତି ।
ଭୁବନେଶ୍ୱରରେ ବୁଥ୍ ଲୋକେସନ୍ ପାଇବାରେ ଅସୁବିଧା ଭୋଗୁଥିଲେ ମତଦାତା । ବର୍ତ୍ତମାନ ଏହି ଆପ୍ ମାଧ୍ୟମରେ ସେମାନେ ସହଜରେ ବୁଥ୍ ପାଇପାରିବେ । ଭୋଟ ହାର ବଢାଇବାରେ ମଧ୍ୟ ସହାୟକ ହେବ ଏହି ଆପ୍ । ଆପ୍ ଉନ୍ମୋଚନ ହେବା ପରେ ସେଥିରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ସମସ୍ତ ତଥ୍ୟ ଦିଆଯାଇଛି । ୪ଟି ଲୋକସଭା ମଣ୍ଡଳୀରେ ୭୫.୬୮ପ୍ରତିଶତ ମତଦାନ ହୋଇଥିବା ସୂଚନା ଦିଆଯାଇଛି । ସବୁଠୁ ଅଧିକ ନବରଙ୍ଗପୁରରେ ଏବଂ ସବୁଠୁ କମ ବ୍ରହ୍ମପୁରରେ ମତଦାନ ହୋଇଥିବାବେଳେ ସ୍ୱାଭିମାନ ଅଞ୍ଚଳର ୨୩ଟି ବୁଥ୍ରେ ଚଳିତ ବର୍ଷ ୮ପ୍ରତିଶତ ଅଧିକ ଭୋଟିଂ ହୋଇ ଜଣାପଡିଛି ।