fbpx

ଭେଟେରାନ୍ ବ୍ୟାଙ୍କର ନାରାୟଣ ଭାଘୁଲଙ୍କ ଦେହାନ୍ତ, ICICI ବ୍ୟାଙ୍କର ସଫଳତା ପଛରେ ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କିଙ୍ଗ ସେକ୍ଟରରେ ପଦ୍ମ ଭୂଷଣରେ ସମ୍ମାନିତ ବିଶିଷ୍ଟ ବ୍ୟାଙ୍କର ନାରାୟଣ ଭାଘୁଲ(Narayanan Vaghul)ଙ୍କ ଦେହାନ୍ତ ହୋଇଛି । ଚେନ୍ନାଇରେ ୮୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ ଦୁଇ ଦିନରୁ ସେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟରରେ ଥିଲେ । ICICI ବ୍ୟାଙ୍କକୁ ଶୀର୍ଷରେ ପହଞ୍ଚାଇବାର ଶ୍ରେୟ ନାରାୟଣ ଭାଘୁଲଙ୍କୁ ଦିଆଯାଇଛି । ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ତାଙ୍କୁ ଭୀଷ୍ମ ପିତାମହ ବୋଲି କହୁଥିଲେ ।

ରିପୋର୍ଟରୁ ପ୍ରକାଶ ସେ ବେହୋଶ ହୋଇ ନିଜ ଘରେ ପଡ଼ିଯାଇଥିଲେ । ଏହା ପରେ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ହୋଇଥିଲା । ନାରାୟଣ ଭାଘୁଲ ମାତ୍ର ୪୪ ବର୍ଷ ବୟସରେ SBIର ସବୁଠାରୁ ଯୁବ ଚେୟାରମ୍ୟାନ୍ ଭାବେ ନିଯୁକ୍ତ ହୋଇଥିଲେ । ରାଜୀବ ଗାନ୍ଧୀ ସରକାର ସମୟରେ ICICI ବ୍ୟାଙ୍କର ପ୍ରମୁଖ ଭାବେ ସେ ଦାୟିତ୍ୱ ତୁଲାଇଥିଲେ । ୨୦୧୦ ମସିହାରେ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି କ୍ୟାଟେଗୋରୀରେ ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା । ୨୦୨୩ରେ ‘ରିଫ୍ଲେକସନ୍ସ’ ନାମକ ନିଜର ଏକ ସ୍ମୃତିଚାରଣ ଜାରି କରିଥିଲେ । ଏଥିରେ ସେ ତାଙ୍କ ବ୍ୟାଙ୍କିଙ୍ଗ ସେକ୍ଟର ସହ ଜଡ଼ିତ ଦଶନ୍ଧିର ଅଭିଜ୍ଞତା ବିଷୟରେ ଉଲ୍ଲେଖ କରିଥିଲେ ।

Get real time updates directly on you device, subscribe now.