ନୂଆଦିଲ୍ଲୀ: ବର୍ତ୍ତମାନର ସମୟରେ ଅର୍ଥ ସମସ୍ତଙ୍କ ପାଇଁ ନିହାତି ଜରୁରୀ । ସେଥିପାଇଁ ଗ୍ରାହକମାନେ ସର୍ବଦା ଅଧିକ ରିଟର୍ଣ୍ଣ ମିଳୁଥିବା ନିବେଶ ସନ୍ଧାନରେ ରହିଥାନ୍ତି । ତେବେ ଏପରି ସ୍ଥିତିରେ ବ୍ୟାଙ୍କ ସ୍ଥାୟୀ ଜମା ବା ଫିକ୍ସଡ ଡିପୋଜିଟ (ଏଫଡି) ନିବେଶର ଏକ ବଢ଼ିଆ ବିକଳ୍ପ । ଗ୍ରାହକମାନେ ଏଫଡିରେ ନିବେଶ କରି ୯ ପ୍ରତିଶତରୁ ଅଧିକ ସୁଧ ପାଇ ପାରିବେ । ଅଧିକ ସୁଧ ପ୍ରଦାନ କରୁଥିବା ବ୍ୟାଙ୍କଗୁଡ଼ିକ ବିଷୟରେ ଗ୍ରାହକମାନେ ଜାଣିବା ନିହାତି ଆବଶ୍ୟକ ।
୧. ସୂର୍ଯ୍ୟୋଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କରେ ୫ ବର୍ଷ ପାଇଁ ଏଫଡି କଲେ ସାଧାରଣ ଗ୍ରାହକଙ୍କୁ ୯.୧୦ ପ୍ରତିଶତ ସୁଧ ଓ ବରିଷ୍ଠ ନାଗରିକଙ୍କୁ ୯.୬ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳିଥାଏ ।
୨. ୟୁନିଟି ସ୍ମଲ ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ୧୦୦୧ ଦିନିଆ ଏଫଡି ଉପରେ ସାଧାରଣ ଗ୍ରାହକଙ୍କୁ ୯ ପ୍ରତିଶତ ସୁଧ ଓ ବରିଷ୍ଠ ନାଗରିକଙ୍କୁ ୯.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଅଫର କରିଥାଏ ।
୩.ଫିନକେୟର ସ୍ମଲ ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ୧୦୦୦ ଦିନିଆ ଏଫଡି ଉପରେ ସାଧାରଣ ନାଗରିକଙ୍କୁ ୮.୫୧ ପ୍ରତିଶତ ସୁଧ ଓ ବରିଷ୍ଠ ନାଗରିକଙ୍କୁ ୯.୧୧ ପ୍ରତିଶତ ସୁଧ ଅଫର କରୁଛି ।
୪. ଇକ୍ୱିଟାସ ସ୍ମଲ ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ୮୮୮ ଦିନିଆ ଏଫଡି ଉପରେ ସାଧାରଣ ଗ୍ରାହକଙ୍କୁ ୮.୫୦ ପ୍ରତିଶତ ସୁଧ ଓ ବରିଷ୍ଠ ନାଗରିକଙ୍କୁ ୯ ପ୍ରତିଶତ ସୁଧ ଅଫର କରୁଛି ।
୫. ଇଏସଏଏଫ ସ୍ମଲ ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ୨-୩ ବର୍ଷ ଅବଧି ବିଶିଷ୍ଟ ଏଫଡି ଉପରେ ସାଧାରର ନାଗରିକଙ୍କୁ ୮.୫୦ ପ୍ରତିଶତ ସୁଧ ଓ ବରିଷ୍ଠ ନାଗରିକଙ୍କୁ ୯ ପ୍ରତିଶତ ସୁଧ ଅଫର କରୁଛି ।