‘କାଶ୍ମୀର ପଣ୍ଡିତମାନଙ୍କୁ କିଛି ଜମି ଦିଆଯାଉ’, ଦାବି କଲେ ମେହବୁବା ମୁଫ୍‌ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଚଳାଇଛନ୍ତି । ପ୍ରଚାର-ପ୍ରସାର ମଧ୍ୟ ଖୁବ ଜୋର ସୋରରେ ଚାଲିଛି । ରବିବାର ଦିନ କାଶ୍ମୀର ପଣ୍ଡିତଙ୍କ ସହ ଏହ ବୌଠକକୁ ସମ୍ବୋନ୍ଧିତ କରି ପିଡିପି ପ୍ରମୁଖ ମେହବୁବା ମୁଫ୍‌ତି ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ।

ମୁଫ୍‌ତି କହିଛନ୍ତି ଯେ, ଦିଲ୍ଲୀରେ ବିଜେପି ସରକାର ହେଉ କି କଂଗ୍ରେସ, କିଏ ମଧ୍ୟ ଆପଣଙ୍କୁ ଏପରି କାଶ୍ମୀରକୁ ଉଠାଇ ଆଣିପାରିବ ନାହିଁ । ଆପଣଙ୍କୁ ଶକ୍ତି ସଂଚାର କରିବାକୁ ପଡିବ ଏବଂ ଆମେ ବି ସମର୍ଥନ କରିବୁ । ସେତେବେଳେ ବି ଆପଣ ନିଜ ଘରେ ବସିପାରିବେ ।

ଆଗକୁ ସେ କହିଛନ୍ତି, ମୁଁ ଚାହୁଁଛି ଯେ, କାଶ୍ମୀରରେ ପଣ୍ଡିତମାନଙ୍କୁ କିଛି ଜମି ଦିଆଯାଉ । ମୋତେ ଲାଗୁଛି ଯେଉଁଠାରେ ମନ୍ଦିର ଅଛି, ସେଠାରେ ଯଦି ଘର ତିଆରି କରାଯାଏ ତେବେ ଆପଣଙ୍କ ପ୍ରତ୍ୟାବର୍ତ୍ତନ ଧିରେ ଧିରେ ବୃଦ୍ଧି ପାଇବ । ମଧ୍ୟବିତ୍ତ କାଶ୍ମୀର ପଣ୍ଡିତମାନେ ବିପଦକୁ ନେଇ ଫେରି ଆସିବା ଉଚିତ୍ । ଏହା ଆରମ୍ଭ ହେବ । ଆପଣଙ୍କ ଯିବା କାରଣରୁ ଜାମ୍ମୁ କାଶ୍ମୀରର ରଙ୍ଗ ଉଡିଯାଇଛି ।