fbpx

୯ ବର୍ଷରେ ମହିଳା କରିଛନ୍ତି ୧୪ ବଳାତ୍କାର ଓ ଧୋକାଦାରୀ ମାମଲା, ୨ ଓକିଲ ବି ଅଛନ୍ତି ତାଲିକାରେ

ଜୟପୁର: ରାଜଧାନୀ ଜୟପୁରର ସଦର ଥାନା ପୋଲିସ ଏପରି ଜଣେ ମହିଳାଙ୍କୁ ଗିରଫ କରିଛି ଯିଏ କି ଗତ ୯ ବର୍ଷରେ ୧୪ ବଳାତ୍କାର ଓ ଧୋକାଦାରୀ ମାମଲା ଦାଖଲ କରିଛନ୍ତି । ଏହା ମଧ୍ୟରୁ କେତେକ ମାମଲାରେ ପୋଲିସ ଏଫଆଇଆର୍ ରୁଜୁ ବି କରିଛି । କିଛି ମାମଲାରେ ଏବେ ଯାଞ୍ଚ ଚାଲୁଛି । ହରିୟାଣା ଗୁରୁଗ୍ରାମରେ ରୁଜୁ ଏକ ମାମଲାରେ ମହିଳା ପରବର୍ତ୍ତୀ ସମୟରେ ନିଜ ବୟାନ ବଦଳାଇ ଦେଇଥିଲେ । ଏହାକୁ ନେଇ କୋର୍ଟ ତାଙ୍କ ଉପରେ ଜୋରିମାନା ବି ଲଗାଇଥିଲେ । ଏହି ମହିଳା ୨ ଓକିଲଙ୍କ ବିରୁଦ୍ଧରେ ଜୟପୁରରେ ଦୁଇ ଅଲଗା ଅଲଗା ଥାନାରେ ବଳାତ୍କାର ମାମଲା ରୁଜୁ କରି ସାରିଛନ୍ତି ।

ପୋଲିସ ଅନୁଯାୟୀ ଏକ୍ସଟର୍ସନ କେସ୍‌ରେ ଗିରଫ ଏହି ମହିଳା ବହୁତ ଧୂର୍ତ୍ତ ଅଟେ । ଜଣେ ଓକିଲଙ୍କୁ ବଳାତ୍କାର କେସ୍‌ରେ ଫସାଇ ଏକ୍ସଟର୍ସନ କରିବା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଏହି ମହିଳା ନିଜକୁ ଓକିଲ ବୋଲି ପରିଚୟ ଦେଉଥିଲେ । କିନ୍ତୁ ମହିଳାଙ୍କ ପକ୍ଷରୁ ୨ ଓକିଲଙ୍କ ବିରୁଦ୍ଧରେ ବଳାତ୍କାର କେସ୍ ରୁଜୁ କରାଯିବା ପରେ ଏହାର ଯାଞ୍ଚ କରାଯାଇଥିଲା । ଏହାପରେ ମହିଳାଙ୍କ ଚାଲ ଜଣାପଡିଥିଲା । ଓକିଲ ସଂଘ ପତ୍ର ଲେଖି ଏହି ପୁରା ମାମଲାର ଯାଞ୍ଚ କରିବା ଲାଗି ପୋଲିସ ନିକଟରେ ଦାବୀ କରିଥିଲା ।

ଯାଞ୍ଚ ପରେ ଜଣାପଡିଥିଲା କି ମହିଳା ୨୦୧୬ରୁ ୨୦୨୪ ମଧ୍ୟରେ ରାଜସ୍ଥାନ ଓ ହରିୟାଣାରେ ତାଙ୍କ ସହ ବଳାତ୍କାର ଓ ଧୋକାଦାରୀ ହୋଇଥିବା ନେଇ ୧୪ ମାମଲା ଦାଖଲ କରିସାରିଛନ୍ତି । ହରିୟାଣା ଓ ଗୁରୁଗ୍ରାମରେ ହୋଇଥିବା ମିଥ୍ୟା କେସ୍‌ରେ କୋର୍ଟ ମହିଳାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି । ଏହା ପୂର୍ବରୁ ମହିଳାଙ୍କ ପକ୍ଷରୁ ଦାଖଲ ବଳାତ୍କାର କେସ୍‌ର ବହୁ ମାମଲାକୁ ପୋଲିସ ମିଥ୍ୟା ଦର୍ଶାଇ ଏଫଆଇଆର୍ ଦେଇସାରିଛି । ପୋଲିସ ମହିଳାଙ୍କ ବିଷୟରେ ଟିକିନିକି ଯାଞ୍ଚ ଆରମ୍ଭ କରି ଦେଇଛି ।

Get real time updates directly on you device, subscribe now.