fbpx

ଭୁଲ୍‌ରେ ବି କାର୍‌ରେ ଛାଡି ଆସନ୍ତୁନି ଏହି ୫ ଟି ଜିନିଷ, ଖରାରେ ହୋଇପାରେ ବିସ୍ଫୋରଣ

ଓଡ଼ିଶା ଭାସ୍କର: ଦେଶର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜନ ଜୀବନକୁ ଅସହ୍ୟ କରି ଦେଇଛି । ଦେଶର କେତେକ ସ୍ଥାନରେ ତାପମାତ୍ରା ୪୫ରୁ ୪୭ ଡିଗ୍ରୀ ଟପିଯାଇଛି । ସରକାର ମଧ୍ୟ ହିଟୱେଭ୍ ଆଲର୍ଟ ଜାରି କରି ଦେଇଛନ୍ତି । ଗତ କିଛିଦିନ ତଳେ ଦିଲ୍ଲୀର ନଜଫଗଡ ଦେଶର ସବୁଠାରୁ ଅଧିକ ଉତ୍ତପ୍ତ ଅଞ୍ଚଳ ରହିଥିଲା । ଏଠାରେ ତାପମାତ୍ରା ୪୭.୮ ଡିଗ୍ରୀ ସେଲସିୟସ୍ ରହିଥିଲା ।

ଦିଲ୍ଲୀ, ମୁମ୍ବାଇ ଓ ଚେନ୍ନାଇ ପରି ମହାନଗରୀରେ ପାର୍କିଂ ଏକ ବଡ ସମସ୍ୟା ଅଟେ । ଏଠାରେ ଅଧିକାଂଶ ଲୋକଙ୍କ ଲାଗି କଭରଡ୍ ପାର୍କିଂ ବ୍ୟବସ୍ଥା ନାହିଁ ତେଣୁ ଲୋକମାନେ ନିଜ କାର୍‌କୁ ଖରାରେ ରଖିବାକୁ ବାଧ୍ୟ ହୋଇଥାନ୍ତି । କିନ୍ତୁ ଏହି ପ୍ରଚଣ୍ଡ ଖରାରେ ଖୋଲା ଆକାଶ ତଳେ ନିଜ କାର୍ ରଖିବା ବଡ ବିପଦର କାରଣ ସାଜିପାରେ । ଯଦି କାର୍‌ରେ ଆପଣ କିଛି ଖାସ୍ ଜିନିଷ ଛାଡି ଆସୁଛନ୍ତି ତେବେ ଏହା ବିସ୍ଫୋରଣ ଘଟିବାର ସମ୍ଭାବନା ରହିଛି । ଆମେ ଏଠି ଆପଣଙ୍କୁ ୫ଟି ଜିନିଷ ବିଷୟରେ କହୁଛୁ ଯାହା ଆପଣ ଖରାରେ ଛଇଡା ହୋଇଥିବା କାର୍‌ରେ ବିଲକୁଲ୍ ବି ଛାଡିବା ଅନୁଚିତ ।
ପରଫ୍ୟୁମ୍‌: ଏଥିରେ ଅଧିକ ମାତ୍ରାରେ ଆଲକୋହଲ୍ ରହିଥାଏ ଯାହା ଜ୍ୱଳନଶୀଳ ହୋଇଥାଏ । ଯଦି ଆପଣ ଏହାକୁ ଗରମ କାର୍‌ରେ ଛାଡୁଛନ୍ତି ଓ ସୂର୍ଯ୍ୟଙ୍କ କିରଣ ଏହା ଉପରେ ପଡୁଛି ତେବେ ବୋତଲ ଭିତରେ ଗ୍ୟାସ୍ ସୃଷ୍ଟି ହେବ । ଫଳରେ ବୋତଲରେ ବିସ୍ଫୋରଣ ହେବ ।
ହ୍ୟାଣ୍ଡ ସାନିଟାଇଜର: ଏଥିରେ ବି ପର୍ଯ୍ୟାପ୍ତ ମାତ୍ରାରେ ଆଲକୋହଲ ରହିଛି । ତେଣୁ ଏହାକୁ ଗରମ କାର୍‌ରେ ରଖିବା ବିପଦଜନକ । ସୂର୍ଯ୍ୟଙ୍କ କିରଣ ସଂସ୍ପର୍ଶରେ ଆସି ଏଥିରେ ବି କେମିକାଲ୍ ରିଆକ୍ସନ ହୋଇ ଏହା ବିସ୍ଫୋଟ ହେବାର ସମ୍ଭାବନା ରହିଛି ।
ବ୍ୟାଟେରୀ କିମ୍ବା ଇଲେକ୍ଟ୍ରୋନିକ ସାମଗ୍ରୀ: ଏସବୁକୁ କେବେ ବି ଅଧିକ ତାପମାତ୍ରାରେ ରଖିବା ଅନୁଚିତ । ଏଥିରେ ସର୍ଟ ସର୍କିଟ, ସ୍ପାର୍କ ଓ ନିଆଁ ଲାଗିବାର ବିପଦ ରହିଛି ।
ଗ୍ୟାସ୍ କାନିଷ୍ଟର: କିଛି ଲୋକ କାର୍‌ରେ ଗ୍ୟାସ୍ କାନିଷ୍ଟର ଧରି ଟ୍ରାଭେଲ୍ କରିଥାନ୍ତି । ଏହା ବହୁତ ବିପଜନକ ହୋଇପାରେ । ଗରମ କାରଣରୁ ଗ୍ୟାସ୍ ଲିକ୍ ହୋଇ ବିସ୍ଫୋରଣ ହେବାର ଆଶଙ୍କା ବଢିଯାଏ ।
ସିଗାରେଟ୍ ଲାଇଟର: ସିଗାରେଟ୍ ପିଉଥିବା ଅଧିକାଂଶ ଲୋକ ଡ୍ୟାସବୋର୍ଡ କିମ୍ବା ସେଣ୍ଟ୍ରାଲ କନସୋଲରେ ଲାଇଟର ରଖିଥାନ୍ତି । ଲାଇଟରରେ ବି ଗ୍ୟାସ୍ ରହିଛି । ଅଧିକ ଉତ୍ତାପ କାରଣରୁ ଲାଇଟର ଫାଟିପାରେ ଓ ଏଥିରୁ ବି କାର୍‌ରେ ନିଆଁ ଲାଗିପାରେ ।

Get real time updates directly on you device, subscribe now.