ବିକ୍ରି ହେବନି ଆପଣଙ୍କ ପ୍ରିୟ ହଲଦୀରାମ, ଅଫର୍ସରେ ଖୁସି ହେଲେନି ପ୍ରମୋଟର୍ସ

ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ନମକିନ ଏବଂ ସ୍ନାକ୍ସ ତିଆରି କରୁଥିବା କମ୍ପାନୀ ହଲଦୀରାମ ଏବେ ଆଉ ବିକ୍ରି ହେବି । କମ୍ପାନୀ ପ୍ରମୋଟର୍ସଙ୍କୁ ବିଭିନ୍ନ କମ୍ପାନୀମାନଙ୍କଠାରୁ ମିଳିଥିବା ଅଫର୍ସରେ ଖୁସି ନୁହନ୍ତି । ଏଥିପାଇଁ ସେ ଏହାକୁ ବିକ୍ରି କରିବାକୁ ଚାହୁଁନାହାନ୍ତି । ହଲଦୀରାମ କୁ କିଣିବା ପାଇଁ ୬୯,୧୩୮ କୋଟି ଟଙ୍କାର ଭ୍ୟାଲ୍ୟୁଏସନ ଲଗାଯାଇଥିଲା । ପ୍ରମୋଟର ଫ୍ୟାମିଲିକୁ ଏହି ଅଫର୍ସ ପସନ୍ଦ ଆସିଲାନାହିଁ ।

ପ୍ରାଇଭେଟ ଇକ୍ୟୁଟି ଫର୍ମ ହଲଦୀରାମ ସ୍ନାକ୍ସ ଫୁଡସକୁ କିଣିବା ପାଇଁ ନନ ବାଇଡିଙ୍ଗ ଅଫର ଦେଇଥିଲେ । ରିପୋର୍ଟ ମୁତାବକ, ହଲଦୀରାମର ବରିଷ୍ଠ ଅଧିକାରୀମାନେ ଦାବି କରିଛନ୍ତି ଯେ, ପ୍ରମୋଟର୍ସ ପ୍ରାଇଭେଟ ଇକ୍ୟୁଟି କମ୍ପାନୀମାନଙ୍କୁ କହିଛନ୍ତି ଯେ, ଏହି ଭ୍ୟାଲ୍ୟୁଏସନରେ କମ୍ପାନୀ ବିକ୍ରି ହେବନି । ପ୍ରମୋଟର୍ସଙ୍କ ଦ୍ୱାରା କମ୍ପାନୀ ବିକ୍ରି ହେବାର ଖବର ସତ ନୁହେଁ ।

ଭାରତର ପ୍ରସିଦ୍ଧ ସ୍ନାକ୍ସ ତିଆରି କରୁଥିବା କମ୍ପାନୀ ହଲଦୀରାମ ଖୁବ ଶିଘ୍ର ବିକ୍ରି ହୋଇପାରେ ବୋଲି ଖବର ଆସିଥିଲା। ବ୍ଲାକଷ୍ଟୋନ ନେତୃତ୍ୱରେ ଚାଲିଥିବା consortium, କମ୍ପାନୀର ୭୫ ପ୍ରତିଶତ ଅଂଶ କିଣିବାକୁ ନିଲାମରେ ବିଡ୍ ଡାକିଥିଲା । ଏହି consortiumରେ ବ୍ଲାକଷ୍ଟୋନ ବ୍ୟତୀତ ଆବୁ ଧାବୀ ଇନଭେଷ୍ଟମେଣ୍ଟ ଅଥରିଟୀ ଏବଂ ସିଙ୍ଗାପୁର ଷ୍ଟେଟ ଫଣ୍ଡ ଜିଆଇସି ମଧ୍ୟ ସାମିଲ ରହିଥିଲା । ହଲଦୀରାମ ସ୍ନାକ୍ସ ବିଜନେସର ମୂଲ୍ୟ ୮.୫ ଆରବ ଡଲାର ବୋଲି ଆକଳନ କରାଯାଇଥିଲା।

ଇକୋନିମିକ୍ସ ଟାଇମ୍ସ ରିପୋର୍ଟରେ ଦାବି କରାଯାଇଥିଲା ଯେ, consortium ନିଲାମରେ ନିଜ ବିଡ୍ ଡାକିଛି । ହଲଦୀରାମ ଦେଶର ପ୍ରସିଦ୍ଧ ବ୍ରାଣ୍ଡ ଅଟେ । ଏହାର ଦେଶ ବାହାରେ ୧୫୦ରୁ ଅଧିକ ରେଷ୍ଟୁରାଣ୍ଟ ଅଛି । ଏଥିରେ ଲୋକାଲ ଫୁଡ, ମିଠା ଏବଂ ଅନେକ ବିଦେଶୀ ଡିସ ମଧ୍ୟ ସାମିଲ ରହିଛି । ସୂତ୍ର ଦାବି କରିଛି ଯେ, ଏହି ଆଲୋଚନା ପ୍ରାରମ୍ଭିକ ଅଟେ । ଯଦି ଏହା ଡିଲ ହେଉଛି ତେବେ ବ୍ଲାକଷ୍ଟୋନ ନେତୃତ୍ୱରେ ଚାଲିଥିବା consortium ପାଖକୁ ହଲଦୀରାମର ମାଲିକାନା ଚାଲିଯିବ । ହଲଦୀରାମର ସିଇଓ କୃଷ୍ଣ ଚୁଟାନୀ ସମେତ ବ୍ଲାକଷ୍ଟୋନ ଆବୁଧାବୀ ଇନଭେଷ୍ଟମେଣ୍ଟ ଅଥରିଟୀ ଏବଂ ସିଙ୍ଗାପୁର ଷ୍ଟେଟ ଫଣ୍ଡ ଜିଆଇସି ଏହି ଡିଲଲୁ ନେଇ କିଛି ବି କହିବାକୁ ମନା କରିଦେଇଛି ବୋଲି କୁହାଯାଇଥିଲା।