fbpx

ହ୍ୱାଟ୍ସଆପରେ ଆପଣଙ୍କ ଡାଟା ସୁରକ୍ଷିତ? ଏଲନ ମସ୍କଙ୍କ ଦାବିକୁ ନେଇ WhatsApp ଚିଫ ଦେଲେ ଉତ୍ତର

ନୂଆଦିଲ୍ଳୀ: ହ୍ୱାଟ୍ସଆପ ଚିଫ ବିଲ କ୍ୟାଥକାର୍ଟ ମଙ୍ଗଳବାର ଦିନ ୟୁଜର୍ସଙ୍କ ଡାଟା ସେୟାର କରିବାରେ ଏଲନ ମସ୍କଙ୍କ ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ଏହି ସୂଚନା ସଂପୂର୍ଣ୍ଣ ଭୁଲ ଅଛି । ଗତ ସପ୍ତାହରେ ମସ୍କଙ୍କ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ କରାଯାଇଥିବା ପୋଷ୍ଟରେ ଲେଖାଯାଇଥିଲା ଯେ, ହ୍ୱାଟ୍ସଆପ ପ୍ରତିଦିନ ରାତିରେ ୟୁଜର୍ସଙ୍କ ଡାଟାକୁ ଏକ୍ସରେ କରାଯାଇଥିବା ଏକ ପୋଷ୍ଟରେ ଲେଖାଯାଇଥିଲା ଯେ, ହ୍ୱାଟ୍ସଆପ ପ୍ରତି ରାତିରେ ନିଜ ୟୁଜର୍ସଙ୍କ ଡାଟାକୁ ଏକ୍ସପୋର୍ଟ କରୁଛି । ହେଲେ ଲୋକେ ଏବେ ବି ଭାବୁଛନ୍ତି ଏହା ପୁରାପୁରି ଏକ ସୁରକ୍ଷିତ ପ୍ଲାଟଫର୍ମ ଅଟେ ।

ହ୍ୱାଟ୍ସଆପ ପ୍ରମୁଖଙ୍କ ପକ୍ଷରୁ ଏହି ଦାବିକୁ ସଂପୂର୍ଣ୍ଣ ଖଣ୍ଡନ କରାଯାଇଛି । ସେ ମସ୍କଙ୍କ ଆଲୋଚନା କରି କହିଛନ୍ତି ଯେ, ତାଙ୍କ ଦାବି ସଂପୂର୍ଣ୍ଣ ଭାବେ ଭୁଲ ଅଟେ । କ୍ୟାଥକାର୍ଟ କହିଛନ୍ତି ଯେ, ଅନେକ ଲୋକମାନଙ୍କ ପକ୍ଷରୁ ଏପରି ପ୍ରଥମେ ବି କୁହାଯାଇଥିଲା, ହେଲେ ଆପଣ ସମସ୍ତଙ୍କୁ ଦ୍ୱିତୀୟ ଥର କହିବାକୁ ଚାହୁଁଛି ଯେ, ଏହି ସୂଚନା ସଠିକ ନୁହେଁ । ଆମେ ୟୁଜର୍ସଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଛୁ ଏବଂ ଏହି କାରଣରୁ ଆମେ ସମସ୍ତ ମେସେଜଜୁ ଏଣ୍ଡ-ଟିଏଣ୍ଡ ଏନକ୍ରିପ୍ଟ କରୁଛୁ । ପ୍ରତି ରାତିରେ ସମସ୍ତଙ୍କ ମେସେଜ ଆମ ପାଖକୁ ଆସୁନାହିଁ ।

କ୍ୟାଥକାର୍ଟ ୟୁଜର୍ସଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ଯଦି ଆପଣ ନିଜ ମେସେଜର ବ୍ୟାକଅପ କରିବାକୁ ଚାହୁଁଛନ୍ତି ତେବେ ଆପଣ ନିଜ କ୍ଲାଉଡ ପ୍ରଦାତା ସେବାମାନର ବ୍ୟବହାର କରିପାରିବେ । ଏଥିରେ ମଧ୍ୟ ଆପଣଙ୍କୁ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ ମିଳିବ । ଅନେକ ସୋସିଆଲ ମିଡିଆ ୟୁଜର୍ସଙ୍କ ପକ୍ଷରୁ କ୍ୟାଥକାର୍ଟ ପୋଷ୍ଟର ଉତ୍ତର ଦିଆଯାଇଛି ।

Get real time updates directly on you device, subscribe now.