fbpx

ଏସି ଫାଟିବାରୁ ପୁରା ସୋସାଇଟିରେ ଭୀଷଣ ଅଗ୍ନିକାଣ୍ଡ, ଆପଣ ବି କରୁନାହାନ୍ତି ତ ଏପରି ଭୁଲ୍‌

ନୂଆଦିଲ୍ଲୀ: ନୋଏଡାର ଏକ ସୋସାଇଟିରେ ଏସି ବ୍ଲାଷ୍ଟ କାରଣରୁ ଭୀଷଣ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ବହୁ ଫ୍ଲାଟ ନିଆଁ ଘେରରେ ଆସିଯାଇଛି । କିନ୍ତୁ ପ୍ରଶ୍ନ ଉଠୁଛି କି ଏସିରେ କିପରି ବ୍ଲାଷ୍ଟ ହେଲା । ତେବେ ଏହି ମାମଲାରେ ଏ ପର୍ଯ୍ୟନ୍ତ କାହିଁକି ଏସି ବ୍ଲାଷ୍ଟ ହେଲା ତାହା ସ୍ପଷ୍ଟ ହୋଇନାହିଁ ।

ଚଳିତ ମାସ ଆରମ୍ଭରେ ଏହିପରି ଏକ ମାମଲା ବେଙ୍ଗାଲୁରରେ ଦେଖିବାକୁ ମିଳିଥିଲା । ଜୁଏଲାରୀ ଶୋ’ ରୁମ୍‌ରେ ଲାଗିଥିବା ଏସି ବ୍ଲାଷ୍ଟ ହେବା ଫଳରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୩ ଜଣ ଗୁରୁତର ହୋଇଥିଲେ ।
ଏସି ବ୍ଲାଷ୍ଟ ହେବା ଫଳରେ କୌଣସି ବଡ ଧରଣର ଦୁର୍ଘଟଣା ବି ଘଟିପାରେ । ଏପରି ସ୍ଥିତିରେ ଆମକୁ ପ୍ରଥମେ ବ୍ଲାଷ୍ଟର କାରଣ ଜାଣିବାକୁ ହେବ । ଏହାର ବହୁ କାରଣ ହୋଇପାରେ । ତେବେ ରେଫ୍ରିଜରେଣ୍ଟ ଲିକ୍ ହେବା ଏହାର ଏକ ମୁଖ୍ୟ କାରଣ ହୋଇପାରେ । କୁଲିଂ ଲାଗି ଏସି ରେଫ୍ରିଜରେଣ୍ଟ ଉପରେ ନିର୍ଭର କରିଥାଏ । କିନ୍ତୁ ଏଥିରେ ଲିକ୍ ହେବା କାରଣରୁ ଦୁର୍ଘଟଣା ଘଟିପାରେ । ଯଦି ରେଫ୍ରିଜରେଣ୍ଟ ଲିକ୍ ହେଉଛି ତେବେ ସାମାନ୍ୟ ଅଗ୍ନିକଣା କାରଣରୁ ଏସି ବ୍ଲାଷ୍ଟ ହୋଇପାରେ । ଏହା ବ୍ୟତିତ ସର୍ଟ ସର୍କିଟ୍ ବି ବ୍ଲାଷ୍ଟର କାରଣ ପାଲଟିଯାଇପାରେ ।

ଏସିର ଖରାପ ମେଣ୍ଟେନାନ୍ସ ବି ଦୁର୍ଘଟଣାର କାରଣ ପାଲଟି ଯାଇପାରେ । ଯଦି ଆପଣ ଏସିକୁ ନିୟମିତ ସର୍ଭିସିଂ କରାଉନାହାନ୍ତି ତେବେ ଏଥିରେ ମଇଳା ଭର୍ତ୍ତି ହୋଇଯାଏ ଓ ଏହାର ବହୁ ପାର୍ଟ ଖରାପ ହୋଇଯାଏ । ଏହି ମଇଳା କାରଣରୁ ସିଷ୍ଟମ ବ୍ଲାକ ହୋଇଯାଏ । ଏହାପରେ ଏସି ଓଭରହିଟ୍ ହୋଇ ବ୍ଲାଷ୍ଟ ହୋଇଥାଏ । ଆପଣ ଏହି ପ୍ରକାର ସ୍ଥିତିରୁ ରକ୍ଷା ପାଇବା ପାଇଁ ନିୟମିତ ସମୟ ବ୍ୟବଧାନରେ ଏସିକୁ ସର୍ଭିସିଂ କରାନ୍ତୁ ।

Get real time updates directly on you device, subscribe now.