fbpx

ଆଶ୍ଚର୍ଯ୍ୟଜନକ ଘଟଣା: ପ୍ରେମ ପାଇଁ ବାପା ଓ ସାନ ଭାଇଙ୍କୁ ହତ୍ୟା କଲେ ନାବାଳିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ପ୍ରେମ ପାଇଁ ଅନେକ ଅପରାଧିକ ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ତେବେ ଏହା ମଧ୍ୟରେ ପ୍ରେମ ବ୍ୟାପାରକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପ୍ରେମ ପାଇଁ ବାପା ଓ ସାନଭାଇଙ୍କୁ ହତ୍ୟା କରିବାକୁ ପଛାଇ ନାହାନ୍ତି ଜଣେ ନାବାଳିକା । ବାପା ଓ ସାନ ଭାଇଙ୍କୁ ହତ୍ୟା କରିବା ପରେ ନାବାଳିକା ଜଣଙ୍କ ମୃତଦେହକୁ କାଟି ଫ୍ରିଜରେ ରଖି ଫେରାର ହୋଇଯାଇଥିଲେ । ପରେ ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ୧୫ ବର୍ଷୀୟ ନାବାଳିକା ଜଣଙ୍କ ଉତ୍ତରାଖଣ୍ଡର ହରିଦ୍ୱାରରୁ ଗିରଫ ହୋଇଛନ୍ତି । ସେ ମାର୍ଚ୍ଚ ମାସ ୧୫ ତାରିଖରେ ମଧ୍ୟପ୍ରଦେଶର ଜବଲପୁର ଠାରେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟାଇ ଫେରାର ହୋଇଯାଇଥିଲେ । ଜଣେ ୧୯ ବର୍ଷୀୟ ଯୁବକଙ୍କ ସହ ପ୍ରେମ ସମ୍ପର୍କକୁ ବିରୋଧ କରିବାରୁ ନାବାଳିକା ପ୍ରଥମେ ତାଙ୍କ ବାପାଙ୍କୁ ହତ୍ୟା କରିଥିଲେ । ମାତ୍ର ଏହା ଦେଖିଦେବାରୁ ୮ ବର୍ଷର ସାନଭାଇଙ୍କୁ ମଧ୍ୟ ରାସ୍ତାରୁ ହଟାଇ ଦେଇଥିଲେ ନାବାଳିକା । ଅଭିଯୁକ୍ତ ନାବାଳିକା ପ୍ରେମିକ ସହ ହରିଦ୍ୱାର ଯାଇଥିବା ସମୟରେ ପୋଲିସ ହାବୁଡ଼ରେ ପଡ଼ିଥିଲେ । ତେବେ ପ୍ରେମିକ ଜଣଙ୍କ ଏବେ ଫେରାର ରହିଥିବା ଜଣାପଡ଼ିଛି । ବାପାଙ୍କୁ ହତ୍ୟା କରିବା ପାଇଁ ପ୍ରେମୀ ଯୁଗଳ ଯୋଜନା ପ୍ରସ୍ତୁତ କରିଥିଲେ । ଉତ୍ତରାଖଣ୍ଡ ପୋଲିସ ଏହି ମାମଲାକୁ ମଧ୍ୟପ୍ରଦେଶ ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.