fbpx

FIH Hockey Pro League: ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ୩-୦ ଗୋଲରେ ପରାସ୍ତ କଲା ଭାରତ

ନୂଆଦିଲ୍ଲୀ: ଏଫଆଇଚି ପ୍ରୋ ହକି ଲିଗ ୨୦୨୩-୨୪ ୟୁରୋପ ଲିଗ ମୁକାବିଲାରେ ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ୩-୦ ଗୋଲରେ ପରାସ୍ତ କରିଛି ଭାରତ । ଆସନ୍ତା ୮ ତାରିଖରେ ଦୁଇ ଟିମ୍ ପୁଣି ଥରେ ମୁହାଁମୁହିଁ ହେବେ । ଆଜି ଖେଳାଯାଇଥିବା ମ୍ୟାଚରେ ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଟିମ୍ ବିଶ୍ୱ ଚାମ୍ପିୟନକୁ ହରାଇ ବିଜୟରୁ ଯାତ୍ରା ଆରମ୍ଭ କରିଛି । ଜର୍ମାନୀ ଆଜିର ମୁକାବିଲାରେ ଶାନଦାର ଆରମ୍ଭ କରିଥିଲା, ମାତ୍ର ତାହାକୁ ଅଧିକ ସମୟ ପର୍ଯ୍ୟନ୍ତ ଜାରି ରଖିପାରିନଥିଲା । ୧୬ତମ ମିନିଟରେ ହରମନପ୍ରୀତ, ୪୧ତମ ମିନିଟରେ ସୁଖଜୀତ ସିଂହ ଓ ୪୪ତମ ମିନିଟରେ ଗୁରଞ୍ଜତ ସିଂହ ଗୋଲ୍ ସ୍କୋର କରି ଜର୍ମାନୀକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ ।

ଏହି ମ୍ୟାଚରେ ବିଜୟ ପରେ ଭାରତ ପରବର୍ତ୍ତୀ ମ୍ୟାଚରେ ଆତ୍ମବିଶ୍ୱାସର ସହ ପଡ଼ିଆକୁ ଓହ୍ଲାଇବ । ଏହି ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ରହିଥିଲା । ଭାରତୀୟ ଗୋଲକିପର ପି.ଆର ଶ୍ରୀଜେସ ଶାନଦାର ପ୍ରଦର୍ଶନ କରି ଅନେକ ଗୋଲକୁ ରକ୍ଷା କରିପାରିଥିଲେ । ବିଶ୍ୱର ୫ ନମ୍ବର ସ୍ଥାନରେ ଥିବା ଭାରତୀୟ ଟିମ୍ ୧୩ଟି ମ୍ୟାଚରୁ ୨୪ ଅଙ୍କ ହାସଲ କରିବା ସହ ୩ୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଆର୍ଜେଣ୍ଟିନା ୧୪ଟି ମ୍ୟାଚରୁ ୨୬ ଅଙ୍କ ହାସଲ କରିବା ଦ୍ୱିତୀୟ ସ୍ଥାନରେ ରହିଛି ।

Get real time updates directly on you device, subscribe now.