fbpx

(Video) ଓଡ଼ିଶାରେ ବିଜେଡି ତୁଳନାରେ ବିଜେପି ଆଗୁଆ! ଆସିଲା ଇଣ୍ଡିଆ ଟିଭିର ଏଗଜିଟ୍ ପୋଲ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଦେଶରେ ଏବେ ନିର୍ବାଚନୀ ମାହୋଲ ଦେଖିବାକୁ ମିଳିଛି । ଲୋକସଭାର ୫୪୩ଟି ସିଟ୍ ପାଇଁ ୭ଟି ପର୍ଯ୍ୟାୟରେ ମତଦାନ ହୋଇଛି । ଆଜି ୭ମ ପର୍ଯ୍ୟାୟରେ ୫୮ଟି ସିଟରେ ମତଦାନ ସରିଛି । ଲୋକସଭା ନିର୍ବାଚନର ମତଦାନ ପ୍ରକ୍ରିୟା ସମାପ୍ତ ହେବା ପରେ ଏବେ ସାରା ଦେଶବାସୀ ଫଳାଫଳକୁ ଅତ୍ୟନ୍ତ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି । ଆଉ ଦୁଇଦିନ ପରେ ଜୁନ ୪ରେ ଫଳାଫଳ ଘୋଷିତ ହେବ । କେଉଁ ଦଳର ସରକାର ଦେଶକୁ ଶାସନ କରିବ ସେନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜାରି ରହିଛି । ତେବେ ଅନ୍ତିମ ପର୍ଯ୍ୟାୟ ଭୋଟିଂ ପରେ ଏଗଜିଟ ପୋଲର ତଥ୍ୟ ଆସିବା ଆରମ୍ଭ ହୋଇଯାଇଛି ।

ତେବେ ଏହା ମଧ୍ୟରେ ଓଡ଼ିଶାର ନିର୍ବାଚନୀ ଫଳାଫଳକୁ ନେଇ ଆସିଛି ଇଣ୍ଡିଆ ଟିଭିର ଏଗଜିଟ ପୋଲ ରିପୋର୍ଟ । ରାଜ୍ୟରେ ବିଜେଡି ତୁଳନାରେ ବିଜେପି ଆଗରେ ରହିଥିବା ରିପୋର୍ଟରୁ ଜଣାପଡ଼ିଛି । ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡିକୁ ୪-୬ଟି ଆସନ, ବିଜେପିକୁ ୧୫-୧୭ଟି ଆସନ ଓ କଂଗ୍ରେସକୁ ୦-୧ଟି ଆସନ ମିଳିପାରେ । ସେହିପରି ରାଜ୍ୟର ୧୪୭ଟି ବିଧାନସଭା ଆସନ ମଧ୍ୟରୁ କିଏ କେତୋଟିରେ ଜିତିବ ସେନେଇ ମଧ୍ୟ ଭୋଟରଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି । ଅନେକ ସମୟରେ ଏଗଜିଟର ଆକଳନ ଫଳାଫଳ ପ୍ରକାଶ ପାଇବା ପରେ ସମ୍ପୂର୍ଣ୍ଣ ଭାବେ ଓଲଟପାଲଟ ହୋଇଯାଇଥାଏ । ବେଳେବେଳେ ଏଗଜିଟ୍ ପୋଲର ଆକଳନ ମଧ୍ୟ ସଠିକ୍ ହୋଇଥାଏ ।

Get real time updates directly on you device, subscribe now.