fbpx

Poll Counting-2024; ଏପଟେ ବୈଜୟନ୍ତ, ସେପଟେ ଅଂଶୁମାନ… କାହାର ହେବ କେନ୍ଦ୍ରାପଡ଼ା ସିଟ୍? ଚାଲିଛି କଡ଼ା ଟକ୍କର

ଓଡ଼ିଶା ଭାସ୍କର: ଓଡ଼ିଶାର ସବୁଠୁ ଚର୍ଚ୍ଚିତ ଲୋକସଭା ଆସନ ହେଉଛି କେନ୍ଦ୍ରାପଡ଼ା । ଭାରତୀୟ ଜନତା ପାର୍ଟି ତରଫରୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ବିପକ୍ଷରେ ବିଜେଡିରୁ ଲଢିଛନ୍ତି ଅଂଶୁମାନ ମହାନ୍ତି । କିଏ ପିନ୍ଧିବ ବିଜୟ ମୁକୁଟ? କାହାକୁ ବାଛିବେ ଜନତା ଜନାର୍ଦ୍ଦନ? କାହାକୁ ଗ୍ରହଣ କରିବ କେନ୍ଦ୍ରାପଡ଼ା? ବାସ୍ କେଇଟା ମୁହୂର୍ତ୍ତ ପରେ ସ୍ପଷ୍ଟ ହୋଇଯିବ ସବୁ ସମୀକରଣ । ସ୍ୱଚ୍ଛ ଭାବରେ ଜଣା ପଡ଼ିବ ଜନତାଙ୍କ ମତାମତ । କେଇଟା ଘଣ୍ଟା ପରେ ନିର୍ବାଚନ ଲଢୁଥିବା କିଛି ପ୍ରାର୍ଥୀ ନେତା ସାଜିବେ ତ କିଏ ସଦସ୍ୟ । ତେବେ କେନ୍ଦ୍ରାପଡ଼ାରେ ଲୋକେ କାହାକୁ ନେତା ଭାବରେ ବାଛିଛନ୍ତି ତାହାକୁ ନେଇ ବଢିଯାଇଛି ହୃଦୟର ସ୍ପନ୍ଦନ ।

ଜୁନ୍ ୧ ତାରିଖରେ କେନ୍ଦ୍ରାପଡ଼ାରେ ହୋଇଥିଲା ମତଦାନ । ଗତ ଥରର ପରାଜିତ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ପୁଣିଥରେ ଟିକେଟ ମିଳିଥିବା ବେଳେ ବିଜେଡି ଏଥର ପୂର୍ବତନ ନେତା ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନଙ୍କ ଉପରେ ଭରସା କରିଛି । ପୂର୍ବ ନିର୍ବାଚନରେ ବିଶାଳ ବିଜୟ ହାସଲ କରିଥିବା ବିଜେଡିର ଅନୁଭବ ମହାନ୍ତି ବିଜେପିରେ ସାମିଲ ହୋଇଥିବା ବେଳେ ବୈଜୟନ୍ତ-ଅଂଶୁମାନଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ବୈଜୟନ୍ତ ପଣ୍ଡା ପୂର୍ବରୁ କେନ୍ଦ୍ରାପଡ଼ା ବାସୀଙ୍କ ହୃଦୟ ଜିତିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ କଂଗ୍ରେସ ଛାଡ଼ି ବିଜେଡି ଟିକେଟରେ କେନ୍ଦ୍ରାପଡ଼ା ମଇଦାନକୁ ଓହ୍ଲାଇଛନ୍ତି ଅଂଶୁମାନ ।

ତେଣୁ ଏହି ଗୋଟିଏ ଆସନ ପାଇଁ ଲଢେଇ ଜୋରଦାର ଦେଖିବାକୁ ମିଳିଥିବା ବେଳେ ପ୍ରଚାର ମଧ୍ୟ ଖୁବ ଜୋରସୋର କରାଯାଇଛି । କିନ୍ତୁ ଲୋକଙ୍କ ମତ ଏବେ ବାଲାଟ ବକ୍ସରେ ବନ୍ଦ ହୋଇସାରିଛି । ତେବେ ଆଜି ଭୋଟ ଗଣତି ଜାରି ରହିଥିବା ବେଳେ କାହାକୁ ମିଳିବ ବହୁମତ ଏବଂ ସଂସଦକୁ ଯିବା ପାଇଁ କିଏ ପାଇବେ ଟିକେଟ, ସେ ନେଇ ଚାଲିଛି ଭୋଟ ଗଣନା । ପୂର୍ବରୁ ବୈଜୟନ୍ତ ପଣ୍ଡା ଏହି ଆସନରୁ ଲଗାତାର ଦୁଇ ଥର ପରାଜୟର ସାମନା କରିଛନ୍ତି । ତେବେ ଏଥର ହାଟ୍ରିକ ପରାଜୟ ନା ମିଳିବ ବିଜୟ? ଅପେକ୍ଷା ରେଜଲ୍ଟକୁ…..

Get real time updates directly on you device, subscribe now.