fbpx

ଭାଜପାକୁ ବଡ଼ ଝଟକା: ଅଯୋଧ୍ୟାରେ ବିଜେପି ପ୍ରାର୍ଥୀ ୧୩ ହଜାରରୁ ଅଧିକ ଭୋଟରେ ପଛରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାଲିଛି ଲୋକସଭା ଓ ୨ ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଦେଶର ବିଭିନ୍ନ କେନ୍ଦ୍ରରେ ଭୋଟ ଗଣତି ହୋଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୫୪୩ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୨୩୯ଟିରେ, କଂଗ୍ରେସ ୯୭ଟିରେ, ସମାଜବାଦୀ ପାର୍ଟି ୩୬ଟିରେ, ତୃଣମୂଳ କଂଗ୍ରେସ ୩୧ଟିରେ, ଡିଏମକେ ୨୧ଟିରେ, ତେଲୁଗୁ ଦେଶମ ପାର୍ଟି (ଟିଡିପି) ୧୬ଟିରେ ଓ ଜନତା ଦଳ (ୟୁନାଇଟଟେଡ) ୧୪ଟିରେ, ଏନସିପି ୬ଟି ଆସନରେ ଆଗରେ ରହିଛି ।

ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଉତ୍ତରପ୍ରଦେଶର ଫୈଜାବାଦ ଆସନରେ ବିଜେପି ପଛରେ ରହିଛି । ଫୈଜାବାଦ ନିର୍ବାଚନ ମଣ୍ଡଳୀ ଅଧିନରେ ଅଯୋଧ୍ୟା ଆସୁଛି । ଉକ୍ତ ଆସନରେ ସମାଜବାଦୀ ପାର୍ଟି ଆୱାଧେଶ ପ୍ରସାଦ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଲାଲୁ ସିଂହଙ୍କ ଠାରୁ ୧୩ ହଜାର ୬୬ଟି ଭୋଟରେ ଆଗରେ ରହିଛନ୍ତି । ଆୱାଧେଶ ୨ ଲକ୍ଷ ୯୬ ହଜାର ୮୧୩ଟି ଭୋଟ ପାଇଛନ୍ତି ।

Get real time updates directly on you device, subscribe now.