fbpx

ସ୍ପଷ୍ଟ କଲା ବିଜେପି, ପିଏମ ନରେନ୍ଦ୍ର ମୋଦୀ ହେବେ ଦେଶର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଫଳାଫଳ ପ୍ରକାଶ ପାଇବା ପରେ ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏନଡିଏ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ମୁହଁକୁ ନେଇ ବଡ଼ ବିବୃତ୍ତି ଦେଇଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ପିଏମ ନରେନ୍ଦ୍ର ମୋଦୀ ହିଁ ହେବେ ପ୍ରଧାନମନ୍ତ୍ରୀ ।

ବିଜେପି ମୁଖ୍ୟାଳୟରେ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧିତ କରି ଜେପି ନଡ୍ଡା କହିଛନ୍ତି ଯେ, ଏହା ଭାରତର ଜଣ-ଜଣଙ୍କ ପାଇଁ ବିଜୟ । ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟୀ ଏବଂ ଏନଡିଏକୁ ମିଳିଥିବା ଏହି ଜନ ସମର୍ଥନ ପାଇଁ ମୁଁ ମୋଦୀଜୀଙ୍କ ସମସ୍ତ ବରିଷ୍ଠ ନେତାମାନଙ୍କୁ ଏବଂ ଆମ ନିଷ୍ଠାପର ପ୍ରୟାସ କାର୍ଯ୍ୟକର୍ତ୍ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।

 

Get real time updates directly on you device, subscribe now.