fbpx

ମନ୍ଦିରରୁ ଫେରିବା ସମୟରେ ଘଣ୍ଟି ବଜାଇବା ଅଶୁଭ ଅଟେ, ନଷ୍ଟ ହୋଇଥାଏ ମନ୍ଦିରର ସକାରାତ୍ମକ ଉର୍ଜ୍ଜା

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ପୂଜା ପାଠକୁ ନେଇ ଆନେକ ରୀତିନୀତି ଏବଂ ମାନ୍ୟତା ରହିଛି । ଏହି ନିୟମର ପାଳନ କରିବା ଦ୍ୱାରା ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ପ୍ରଗତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ କୌଣସି ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ଦ୍ୱାରରେ ଥିବା ଘଣ୍ଟି ବଜାଇବା ନିୟମ ରହିଛି । ଅଧିକାଂଶ ଲୋକମାନେ ଫେରିବା ସମୟରେ ମଧ୍ୟ ଘଣ୍ଟି ବଜାଇଥାନ୍ତି । ଏପରି କରିବା ଅନୁଚିତ ଅଟେ । ସେମାନେ ଏହା ପଛର କାରଣ ଜାଣି ନଥାନ୍ତି । ତେବେ ଆସନ୍ତୁ ଜାଣିବା ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ କାହିଁକି ଘଣ୍ଟି ବଜାଇବା ଉଚିତ ଏବଂ ପ୍ରସ୍ଥାନ ସମୟରେ କାହିଁକି ଘଣ୍ଟି ବଜାଇବା ଉଚିତ ନୁହେଁ ।

ହିନ୍ଦୁ ଧର୍ମ ଅନୁଯାୟୀ ମନ୍ଦିରରେ ଘଣ୍ଟି ବଜାଇ ପ୍ରବେଶ କରିବା ଦ୍ୱାରା ଘଣ୍ଟି ବଜାଇ ଭକ୍ତ ଭଗବାନଙ୍କ ଠାରୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ନେଇଥାଏ । ଏହା ସହ ଦେବୀଦେବତାଙ୍କ ଧ୍ୟାନ ନିଜ ଉପରେ କେନ୍ଦ୍ରିତ କରିଥାଏ । ଘଣ୍ଟି ବଜାଇଲେ ନକାରାତ୍ମକ ଉର୍ଜ୍ଜା ଦୂରେଇଥାଏ ଏବଂ ବାତାବରଣରେ ସକାରାତ୍ମକ ଉର୍ଜ୍ଜା ସୃଷ୍ଟି ହୋଇଥାଏ । ଭକ୍ତଙ୍କ ମନରେ ଏକାଗ୍ରତା ଭାବନା ଆସିଥାଏ । ଏହା ବ୍ୟତୀତ ଘଣ୍ଟିର ଧ୍ୱନୀ ଭଗବାନଙ୍କ ଅତ୍ୟନ୍ତ ପ୍ରିୟ । ଏହା ବାଦ୍ ଘଣ୍ଟି ବଜାଇବା ଦ୍ୱାରା ବାୟୁମଣ୍ଡଳରେ ଥିବା ଜୀବାଣୁ ନଷ୍ଟ ହୋଇଥାନ୍ତି ଏବଂ ପରିବେଶ ସ୍ୱଚ୍ଛ ରହିଥାଏ । ଶେଷରେ ଭଗବାନଙ୍କ ଦର୍ଶନ କରିବା ସମୟରେ ମନରେ ପବିତ୍ର ଭାବନାର ସଂଚାର ହୋଇଥାଏ ।

ମନ୍ଦିରରୁ ଫେରିବା ସମୟରେ ଘଣ୍ଟି ବଜାଇବା ନିୟମ ବିରୁଦ୍ଧ ଏବଂ ଅଶୁଭ ଅଟେ । ଏହା ଦ୍ୱାରା ମନ୍ଦିରର ସକାରାତ୍ମକ ଉର୍ଜ୍ଜା ନଷ୍ଟ ହୋଇଥାଏ । ମନରେ ଥିବା ସକାରାତ୍ମକ ଏବଂ ପବିତ୍ର ଭାବନା ଦୂରେଇଥାଏ ।

Get real time updates directly on you device, subscribe now.