fbpx

ଏବେ ଟିଭି ଦେଖିବା ହୋଇଯିବ ମହଙ୍ଗା, ଖୁବଶୀଘ୍ର ବଢିବାକୁ ଯାଉଛି ଚ୍ୟାନେଲ ରେଟ

ନୂଆଦିଲ୍ଲୀ: ଟିଭି ଦେଖିବା ହୋଇଯିବ ମହଙ୍ଗା । ବଢିଯିବ ଚ୍ୟାନେଲ ମୂଲ୍ୟ । ଏହା ସିଧା ସଳଖ ଜନସାଧାରଣଙ୍କ ପକେଟ ଉପରେ ପ୍ରଭାବ ପକାଇବ । ଡିଜନୀ ଷ୍ଟାର, ଭାୟାକମ୧୮, ଜି ଏଣ୍ଟରଟେନମେଣ୍ଟ ଏବଂ ସୋନି ପିକ୍‌ଚର ନେଟୱର୍କ ନିଜ ରେଟରେ ବୃଦ୍ଧି କରିଛନ୍ତି । ଟିଭି ସବସ୍କ୍ରିପସନ ରେଟରେ ୫ରୁ ୮ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି । ରେଟରେ ବୃଦ୍ଧି କରିବା ପାଇଁ ଟ୍ରାଇ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲା । ବର୍ତ୍ତମାନ ଲୋକସଭା ନିର୍ବାଚନ ଶେଷ ହେବା ସହ କେତେବେଳେ ବି ଟିଭି ଚ୍ୟାନେଲ ରେଟ ବଢିପାରେ ।

ସମସ୍ତ ବ୍ରଡକାଷ୍ଟିଙ୍ଗ କମ୍ପାନୀମାନ ଡିଷ୍ଟ୍ରିବୁଟସନ ପ୍ଲାଟଫର୍ମ ଅପରେଟର୍ସ ନୂଆ ଏଗ୍ରିମେଣ୍ଟ ସାଇନ କରିବାକୁ କହିଥିଲା । ଏହାପରେ ଟେଲିକମ ରେଗୁଲେଟରୀ ଅଥରିଟୀ ଅଫ ଇଣ୍ଡିଆ ସମସ୍ତ ବ୍ରଡକାଷ୍ଟର୍ସଙ୍କୁ କହିଥିଲେ ଯେ, ଲୋକସଭା ନିର୍ବାଚନ ହେବା ପର୍ଯ୍ୟନ୍ତ ଏଗ୍ରୀମେଣ୍ଟ ସାଇନ କରିବାକୁ ଥିବା ସିଗନାଲ ବନ୍ଦ କରନ୍ତୁ ନାହିଁ । ବର୍ତ୍ତମାନ ଟ୍ରାଇ ଯେକୌଣସି ପରିସ୍ଥିତିରେ ଏଥିପାଇଁ ମଞ୍ଜୁରୀ ଦେଇପାରେ ।

Get real time updates directly on you device, subscribe now.