fbpx

ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ କିଏ ପାଇବେ ସ୍ଥାନ? କାହାକୁ ପର କରିବେ ପ୍ରଧାନମନ୍ତ୍ରୀ? ଦେଖନ୍ତୁ ସ୍ପେଶାଲ ରିପୋର୍ଟ

ଓଡ଼ିଶା ଭାସ୍କର: କେବଳ ରାଜ୍ୟ ନୁହେ ନିର୍ବାଚନ ଫଳାଫଳକୁ ନେଇ ଚଳଚଂଚଳ ପୁରା ଦେଶ । ମହା ବିଜୟ ପରେ ବିଜେପି ଦେଶରେ ଲଗାତାର ଭାବରେ ତୃତୀୟ ଥର ଓ ରାଜ୍ୟରେ ପ୍ରଥମ ଥର ସରକାର ଗଢିବ । ତେବେ ଲୋକସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ନୂଆ ସରକାର ଗଠନ ଉପରେ ରହିଛି ସମସ୍ତଙ୍କ ନଜର । କାରଣ (ଭାଜପା) ସରକାର ଗଠନ ପାଇଁ ଥିବା ମ୍ୟାଜିକ୍ ନମ଼୍ବର ୨୭୨ ଆସନ ଜିତିବାକୁ ସକ୍ଷମ ହୋଇପାରିନି । ତେଣୁ ନିର୍ଭର କରୁଛି ଅନ୍ୟ ସହଯୋଗୀ ଦଳ ଉପରେ । ସେପଟେ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ପତ୍ର ଦେଇଛନ୍ତି ନରେନ୍ଦ୍ର ମୋଦି ।

ଜୁନ ୯ ରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ଏଣୁ ମହାମହିମ ତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି । ଦିଲ୍ଲୀରେ ବସିଛି NDAର ଗୁରୁତ୍ୱପୂର୍ଣ ବୈଠକ । ଏଥିସହିତ କ୍ୟାବିନେଟ୍ ରେ କେଉଁମାନଙ୍କୁ ମନ୍ତ୍ରୀ ପଦ ମିଳିବ ସେନେଇ ମଧ୍ୟ ଚର୍ଚ୍ଚା ଜୋରଦାର ଚାଲିଛି । ମିଳିଥିବା ସୂଚନା ଅନୁସାରେ, NDAରେ ସାମିଲ ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ, ପୁଅ ଶ୍ରୀକାନ୍ତ ଶିନ୍ଦେଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ମଣ୍ଡଳରେ ସାମିଲ୍ କରୁନାହାନ୍ତି। ଦଳର କିଛି ପ୍ରମୁଖ ସାଂସଦଙ୍କ ନାମ ଏହି ଲିଷ୍ଟରେ ରହିପାରେ । ଅଟକଳ ଅନୁସାରେ ଶିବସେନାକୁ ଗୋଟିଏ କ୍ୟାବିନେଟ୍ ଏବଂ ଗୋଟିଏ ରାଜ୍ୟ ମନ୍ତ୍ରୀ ପଦ ହୁଏତ ମିଳିପାରେ। ଏହାଛଡ଼ା, ଚନ୍ଦ୍ରବାବୁ ନାଇଡ଼ୁଙ୍କ ତେଲୁଗୁ ଦେଶମ ପାର୍ଟି କ୍ୟାବିନେଟ୍ ମନ୍ତ୍ରୀ ପାଇଁ ଦଳର ନେତା ରାମମୋହନ ନାଇଡ଼ୁଙ୍କ ନାମକୁ ପ୍ରସ୍ତାବ ମଧ୍ୟ ଦେଇପାରେ। ଟିଡିପିକୁ ଅତିକମ୍ ରେ ୩ରୁ ୪ ମନ୍ତ୍ରୀ ପଦ ମିଳିବା ନେଇ ସମ୍ଭାବନା ରହିଛି।

ସୂତ୍ର ଅନୁସାରେ, ଟିଡିପିକୁ ଏବେ ଅର୍ଥ ରାଜ୍ୟମନ୍ତ୍ରୀ ଏବଂ ଆଉ 2-3ଟି ମନ୍ତ୍ରାଳୟ ମିଳିବା ନେଇ ଦଳ ଆଶା କରିଛି। ସେହିପରି ଅନ୍ୟ ପ୍ରମୁଖ ଦଳ ଜେଡିୟୁ ଚଳିତ ଥର ତିନୋଟି କ୍ୟାବିନେଟ୍ ମନ୍ତ୍ରୀ ଏବଂ ଗୋଟିଏ ରାଜ୍ୟମନ୍ତ୍ରୀ ପଦ ମିଳିବା ନେଇ ଆଲୋଚନୀ ହେଉଛି। ଦଳ ର ମୁଖ୍ୟ ନୀତୀଶ କୁମାର କୃଷି, ରେଳ, ଗ୍ରାମୀଣ ବିକାଶ ଏବଂ ଜଳ ଶକ୍ତି ଭଳି ବିହାରର ହିତ ସହିତ ଜଡ଼ିତ ମନ୍ତ୍ରାଳୟ ଉପରେ ନଜର ରଖିଥିବା ନେଇ ଶୁଣିବାକୁ ମିଳୁଛି । ଏହାଛଡ଼ା ନୀତୀଶ କୁମାର ତାଙ୍କର ଘନିଷ୍ଠ ସହଯୋଗୀ ସାମିଲ୍ ସଞ୍ଜୟ ଝା ଏବଂ ଲଲନ୍ ସିଂଙ୍କ ନାମକୁ କେନ୍ଦ୍ରମନ୍ତ୍ରୀ ପାଇଁ ସୁପାରିଶ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ସର୍ବ ଶେଷରେ ଦଳର ନିଷ୍ପତି ଉପରେ ମୋହର ମାରିବେ ଭାଜପା ମୁଖ୍ୟ ନରେନ୍ଦ୍ର ମୋଦି । ଦେଖିବାକୁ ବାକି ରହିଲା ଏହି ମନ୍ତ୍ରିମଣ୍ଡଳରେ କାହାକୁ ଆସନ ମିଳୁଛି ଓ କିଏ କେଉଁ କାର୍ୟ୍ୟ ଭରା ସମ୍ଭାଳୁଛି ।

Get real time updates directly on you device, subscribe now.