fbpx

ଇସ୍ତଫା ଦେଲେ ଲେନିନ୍ ମହାନ୍ତି: ଛାଡ଼ିଲେ OTDC ଅଧ୍ୟକ୍ଷ ପଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦୀର୍ଘ ୨୫ ଧରି ଓଡ଼ିଶାରେ କ୍ଷମତାସୀନ ରହିବା ପରେ ବିଜେଡି ଅଚାନକ କ୍ଷମତାଚ୍ୟୁତ ହେବା ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଛି । ଆସନ୍ତା ୧୦ ତାରିଖରେ ନୂଆ ବିଜେପି ସରକାରର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ଅଧ୍ୟକ୍ଷ ଲେନିନ୍ ମହାନ୍ତି ଇସ୍ତଫା ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଲେନିନ୍ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଗତ ୨୦୨୨ ମସିହା ଅକ୍ଟୋବର ମାସରେ ଲେନିନ୍ ଏହି ଦାୟିତ୍ୱ ଗ୍ରହଣ କରିଥିଲେ । ସେ ଏବେ ବିଜେଡିର ମୁଖପାତ୍ର ରହିଛନ୍ତି । ଗତ ୪ ତାରିଖରେ ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଲେନିନ୍ ଓଟିଡିସି ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି । ତେବେ ଇସ୍ତଫା ଦେବା ପରେ ଲେନିନ୍ ନିଜର ପ୍ରତିକ୍ରିୟା ରଖିଥିଲେ । ସରକାର ପରିବର୍ତ୍ତନ ହେବା ଏକ ସାଧାରଣ ପ୍ରକ୍ରିୟା । ୪୦ ବର୍ଷର ପେଣ୍ଡିଂ କାମକୁ ସେ ତାଙ୍କର କାର୍ଯ୍ୟକାଳରେ ଶେଷ କରିବାକୁ ପ୍ରୟାସ କରିଥିଲେ । ତାଙ୍କର ନେତା ନବୀନ ପଟ୍ଟନାୟକ ସହ ରହି ସେ ଆଗାମୀ ଦିନରେ ଓଡ଼ିଶାର ଲୋକଙ୍କ ପାଇଁ କାମ କରିବେ ବୋଲି କହିଥିଲେ ।

Get real time updates directly on you device, subscribe now.