ସୀମାରେ ଉତେଜନା ପରେ ପ୍ରଧାନମନ୍ତ୍ରୀଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ, ୧୭/୬: ସୀମାରେ ଉତେଜନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀ ବୈଠକ ଡାକିଛନ୍ତି। ୩ ସେନା ମୁଖ୍ୟଙ୍କ ସମେତ ଗୃହ ଓ ପ୍ରତିରକ୍ଷାମନ୍ତ୍ରୀଙ୍କ ସହ  ଏହି ସମ୍ପର୍କରେ ଚର୍ଚ୍ଚା କରିଛନ୍ତି ମୋଦି। କ୍ୟାବିନେଟ୍ କମିଟି ସହ ମଧ୍ୟ ବିଚାର-ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ।

ଉଲ୍ଲେଖ ଯୋଗ୍ୟ ଯେ ଦିନକୁ ଦିନ ସୀମାରେ ଭାରତ-ଚୀନ୍ ମୁହାଁମୁହିଁ ଘଟଣା ଭୟଙ୍କର ରୁପ ନେବାରେ ଲାଗିଛି। ଏହି ଘଟଣାରେ ଗତକାଲି ଭାରତର ୨୦ ଯବାନ ସହିଦ ହେବା ସହ ଚୀନ୍‌ର ୪୩ ଯବାନ ମୃତାହତ ହୋଇଥିବା ନେଇ ସୂଚନା ରହିଛି।