fbpx

ଜମ୍ମୁ-କାଶ୍ମୀରରେ ଆଉ ଏକ ଆତଙ୍କୀ ଆକ୍ରମଣ: ୩ ଦିନରେ ୪ ଥର Attack

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି । ୩ ଦିନ ମଧ୍ୟରେ ଆତଙ୍କବାଦୀ ଏଠାରେ ଚତୁର୍ଥ ଥର ପାଇଁ ଆକ୍ରମଣ କରିଛନ୍ତି । ସୁରକ୍ଷାକର୍ମୀ ଚତୁପାଶ୍ୱର୍ରୁ ଆତଙ୍କବାଦଙ୍କୁ ଘେରି ରହିଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି । ତେଣୁ ଭାରତୀୟ ସେନାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆଗକୁ ଆହୁରି ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି ।

ପୋଲିସ ତରପରୁ ମିଳିଥିବା ରିପୋର୍ଟ ଅନୁସାରେ, ଆଜି ଡୋଡା ଜିଲ୍ଲାରେ ଏହି ଆକ୍ରମଣ କରିଛନ୍ତି ଆତଙ୍କବାଦ ସଂଗଠନ । ଏ ନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୪ ଜଣିଆ ଗୋଷ୍ଠୀ ଡୋଡାର ଏକ ଉଚ୍ଚ ସ୍ଥାନରେ ରହିଥିଲା । ଏଠାରେ ସର୍ଚ୍ଚ ଅପରେସନ କରିବା କଷ୍ଟକର ଥିଲେ ମଧ୍ୟ ଖୋଜାଖୋଜି ଜାରି ରଖିଛି ସୁରକ୍ଷାକର୍ମୀ । ତେବେ ଏହାପୂର୍ବରୁ ଡୋଡା ଅଞ୍ଚଳରେ ଭାରତୀୟ ସେନାର ଅସ୍ଥାୟୀ ସଞ୍ଚାଳନ ଆଡ୍ଡା ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୫ ଜଣ ଯବାନ ଏବଂ ଜଣେ ସ୍ୱତନ୍ତ୍ର ପୋଲିସ ଅଧିକାରୀ ଆହତ ହୋଇଛନ୍ତି । ଏହାର ଜବାବରେ ସୁର୪ାକର୍ମୀ ଆତଙ୍କବାଦୀ ସଂଗଠନର ୨ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.