fbpx

ଏବେ X’ରେ ଦୃଶ୍ୟମାନ ହେବନି ଆପଣଙ୍କର ଲାଇକ୍ସ! ଆସିଲା ନୂଆ ଅପଡେଟ୍

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏବେ ଆପଣ ଯଦି କୌଣସି କଣ୍ଟେଣ୍ଟକୁ ଲାଇକ୍ କରିବେ ତେବେ ତାହା କେବଳ ଆପଣଙ୍କୁ ହିଁ ଦେଖାଯିବ । ପବ୍ଲିକ୍ ଲାଇକ୍ସକୁ ଡିଫଲ୍ଟ ଭାବେ ପ୍ରାଇଭେଟ୍ କରିଦିଆଯାଇଛି । ଫଳରେ ଆପଣ ଅନ୍ୟ କାହାର ଲାଇକ୍ସକୁ ଦେଖି ପାରିବେ ନାହିଁ । ଏକ୍ସ’ରେ ଆଡଲ୍ଟ କଣ୍ଟେଣ୍ଟ ବହୁ ମାତ୍ରାରେ ଚାଲୁଛି । ସେକ୍ସୁଆଲ କଣ୍ଟେଣ୍ଟ ପ୍ରସ୍ତୁତ କରୁଥିବା ଏକ ଚର୍ଚ୍ଚିତ ସାଇଟରେ ଏହି ପ୍ଲାଟଫର୍ମରୁ ଖୁବ୍ ଟ୍ରାଫିକ୍ ଯାଇଥାଏ ବୋଲି ରିପୋର୍ଟରୁ ଜଣାପଡ଼ିଛି ।

ଏହି ନୂଆ ଅପଡେଟ୍ ବାବଦରେ ଏଲନ୍ ମସ୍କ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଯଦି ଆପଣମାନେ କୌଣସି କଣ୍ଟେଣ୍ଟକୁ ଏକ୍ସ’ରେ ଲାଇକ୍ କରିବେ ତେବେ ତାହା କେବଳ ଆପଣଙ୍କୁ ହିଁ ଦୃଶ୍ୟମାନ ହେବ । ଅନ୍ୟ କୌଣସି ଲୋକ ଉକ୍ତ ଲାଇକ୍ସକୁ ଦେଖି ପାରିବେ ନାହିଁ । ନିଜର ପୋଷ୍ଟ ପାଇଁ ନୋଟିଫିକେସନ ବକ୍ସରେ ଲାଇକ୍ସ କାଉଣ୍ଟ ଓ ଅନ୍ୟ ମ୍ୟାଟ୍ରିକ୍ସ ଦେଖାଯିବ ।

Get real time updates directly on you device, subscribe now.