fbpx

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ପ୍ରତି ପଞ୍ଚାୟତରେ ମିଳିବ କୋଭିଡ଼ କେୟାର ହୋମ୍ ସୁବିଧା

ଭୁବନେଶ୍ୱର, ୧୭ା୬(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ କୋଭିଡ଼ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଘୋଷଣା କରିଛନ୍ତି । ପ୍ରତି ପଞ୍ଚାୟତରେ କୋଭିଡ଼ କେୟାର ହୋମ୍ ସୁବିଧା ମିଳିବ । ଏଥିରେ ୧୦ରୁ ୨୦ଜଣ ବ୍ୟକ୍ତି ରହିବାର ବ୍ୟବସ୍ଥା କରାଯିବ । ଏହାଦ୍ୱାରା ଗ୍ରାମାଞ୍ଚଳରେ ୭୦ ହଜାର ଲୋକଙ୍କ ରହିବାର ବ୍ୟବସ୍ଥା ହେବ । କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ପ୍ରଥମେ ହସ୍ପିଟାଲ ନନେଇ ଏଠାକୁ ନିଆଯିବ । ଟେଷ୍ଟିଂ ପରେ ପଜିଟିଭ୍ ଆସିଲେ ତାଙ୍କୁ ହସ୍ପିଟାଲ ନିଆଯିବ ।

ଗ୍ରାମ ଓ ସହର ସବୁଠି ୱାର୍ଡ଼ସ୍ତରୀୟ କମିଟି ଗଠନ କରାଯିବ । ଏହି କମିଟିରେ ୱାର୍ଡ଼ସ୍ତରୀୟ ଲୋକ ପ୍ରତିନିଧି ରହିବେ । ଏହାସହ ଆଶା, ଅଙ୍ଗନବାଡ଼ି କର୍ମୀ ଓ ଏସଏଚଜିର ମାଆମାନେ ରହିବେ । ସେହି କମିଟିକୁ ମହାମାରୀ ରୋଗୀ ନିୟନ୍ତ୍ରଣ ଆଇନରେ ସ୍ୱତନ୍ତ୍ର କ୍ଷମତା ଦିଆଯିବ । ବର୍ତ୍ତମାନର ଗ୍ରାମ କଲ୍ୟାଣ ସମିତି ଏହି କମିଟିର ଦାୟିତ୍ୱ ନେବେ । ପ୍ରତି କମିଟିକୁ ୧୦ହଜାର ଟଙ୍କା ଯାଏ ଖର୍ଚ୍ଚ କରିବାର କ୍ଷମତା ଦିଆଯିବ । କୋଭିଡ଼ କେୟାର ହୋମ୍ ଓ ଟିଏମସି ଦାୟିତ୍ୱ ସରପଞ୍ଚଙ୍କ ଉପରେ ନ୍ୟସ୍ତ କରାଯିବ । ଏଥିପାଇଁ ସରପଞ୍ଚମାନଙ୍କୁ ଆର୍ଥିକ ଓ ପ୍ରଶାସନିକ କ୍ଷମତା ମଧ୍ୟ ମିଳିବ । ସହରାଞ୍ଚଳରେ ୱାର୍ଡ଼ କମିଟି ୱାର୍ଡ଼ ଅଫିସରଙ୍କ ଦ୍ୱାରା ପରିଚାଳିତ ହେବ । ଏଥିରେ ସ୍ଥାନୀୟ ଲୋକେ ଓ ସ୍ୱେଚ୍ଛାସେବକମାନେ ସଦସ୍ୟ ରହିବେ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.