fbpx

(Video) ଛାତରେ ରୁଟି ସେକୁଛନ୍ତି ସ୍ପାଇଡର ମ୍ୟାନ୍: ପିଲା ଦେଖିଲେ ସୁପରହିରୋଙ୍କ ନୂଆ ଅନ୍ଦାଜ

ଓଡ଼ିଶା ଭାସ୍କର: ଭାରତରେ ଶକ୍ତିମାନ, ସ୍ପାଇଡର ମ୍ୟାନ୍ ଏବଂ ବ୍ୟାଟ୍ ମ୍ୟାନ୍ ଭଳି ଅନେକ ସୁପରହିରୋ ପିଲାଙ୍କ ଆଇଡଲ ରହି ଆସିଛନ୍ତି । ଏମାନଙ୍କ ଭିତରେ ଅଧିକାଂଶ ପିଲା ସ୍ପାଇଡର ମ୍ୟାନ୍ ଚରିତ୍ର ବେଶ୍ ପସନ୍ଦ କରିଛନ୍ତି । ତେବେ ଏହି ସ୍ପାଇଡର ମ୍ୟାନ୍ ସିନେମାରେ ଅନେକ ଭୟଙ୍କର ଷ୍ଟଣ୍ଟ କରୁଥିବାର ଦେଖାଯାଇଛି । କିନ୍ତୁ ଏବେ ସ୍ପାଇଡର ମ୍ୟାନକୁ ଆଉ ଏକ ନୂଆ ଅନ୍ଦାଜରେ ଦେଖାଯାଇଛି । ସମସ୍ତଙ୍କ ପସନ୍ଦର ଏହି ସୁପର ହିରୋଙ୍କ ନୂଆ ଭର୍ଜନର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଛାତ ଉପରେ ସ୍ପାଇଡର ମ୍ୟାନ୍ ରୁଟି କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଅନେକ ଲୋକ ଏହାର ମଜା ନେଇଛନ୍ତି ।

ସୋସିଆଲ ମିଡିଆରେ ସ୍ପାଇଡର ମ୍ୟାନର ଏକ ଭିଡିଓ ଏବେ ଭାଇରାଳ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ବ୍ୟକ୍ତି ସ୍ପାଇଡର ମ୍ୟାନ୍ ଡ୍ରେସରେ ଛାତ ଉପରେ ବସି ରୁଟି କରୁଥିବାର ଦେଖାଯାଇଛି । ଘରେ ମହିଳାମାନେ ରୁଟି କରିବା ଭଳି ସ୍ପିଡରେ ରୁଟି କରୁଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି । ଛାତ ଉପରେ ଏହି ବ୍ୟକ୍ତି ଜଣକ ଆରାମରେ ବସି ରୁଟି ତିଆରି କରୁଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ସେ ଗ୍ୟାସ କିମ୍ବା ଇଣ୍ଡକ୍ସନରେ ନୁହେଁ, ବରଂ ଦେଶୀ ଷ୍ଟାଇଲରେ ଚୁଲିରେ ରୁଟି କରୁଛନ୍ତି ସ୍ପାଇଡର ମ୍ୟାନ ପୋଷାକରେ ଥିବା ଏହି ବ୍ୟକ୍ତି । ସ୍ପାଇଡର ମ୍ୟାନ୍ ଏହି ଭିଡିଓରେ କୌଣସି ଖତରନାକ ଷ୍ଟଣ୍ଟ କରିବା ପରିବର୍ତ୍ତେ ରୋଷେଇ କରୁଥିବାର ଦେଖାଯାଇଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦର୍ଶାଯାଇଛି ଯେ, ଯଦି ସ୍ପାଇଡର ମ୍ୟାନ୍ ଭାରତର କୌଣସି ଗାଁ କିମ୍ବା ସହରରେ ରୁହନ୍ତି ତେବେ ତାଙ୍କ ଜୀବନଯାପନ ପ୍ରଣାଳୀ କିପରି ହୋଇଥାନ୍ତା । ତେବେ ସ୍ପାଇଡର ମ୍ୟାନ୍ ରୁଟି କରିବାର ଷ୍ଟାଇଲ ଏବଂ ସ୍ପିଡ ଦେଖି ସାରା ସୋସିଆଲ ମିଡିଆ ହଲଚଲ ହୋଇଯାଇଛି ।

Get real time updates directly on you device, subscribe now.