fbpx

ଆଳୁ ଚିପ୍ସ୍ ପ୍ୟାକେଟରେ ମଲା ବେଙ୍ଗ, ପ୍ରସ୍ତୁତକାରୀ ସଂସ୍ଥାର ସ୍ୱଚ୍ଛତା ଉପରେ ପ୍ରଶ୍ନ

ଗାନ୍ଧୀନଗର: ଆଳୁ ଚିପ୍ସ ପ୍ୟାକେଟରେ ବାହାରୁଛି ମଲା ବେଙ୍ଗ । ଏହି ଘଟଣାଟି ଗୁଜୁରାଟର ଜାମନଗର ସହରର ପୁଷ୍କରଧାମ ଅଞ୍ଚଳର ବୋଲି ଜଣାପଡିଛି । ସେହି ଅଞ୍ଚଳର ଜଣେ ବ୍ୟକ୍ତି ଆଳୁ ଚିପ୍ସ ପ୍ୟାକେଟ କିଣିଥିଲେ । ଏହି ପ୍ୟାକେଟରୁ ଖୋଲିବା ପରେ ଏଥିରେ ମଲା ବେଙ୍ଗ ଦେଖିବାକୁ ମିଳିଛି । ଏହି ଖବର ବର୍ତ୍ତମାନ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହା ସୋଲିଆଲ ମିଡିଆରେ ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି ।

ଖବର ଅନୁସାରେ , ଏହି ଆଳୁ ଚିପ୍ସ କିଣି ଥିବା ବ୍ୟକ୍ତି ମଙ୍ଗଳବାର ରାତିରେ ଏହି ପ୍ୟାକେଟ ଖୋଲି ଅଧା ଖାଇବା ପରେ ରଖିଦେଇଥିଲେ । ତାପର ଦିନ ଅର୍ଥାତ ବୁଧବାର ତାଙ୍କର ଝିଅ ପ୍ୟାକେଟ ଖୋଲିବା ପରେ ସେଥିରେ ମଲା ବେଙ୍ଗ ଦେଖିଥିଲେ । ସେହି ପ୍ୟାକେଟରୁ ମଲା ବେଙ୍ଗ ବାହାରିଲା ପରେ ଭୟଭୀତ ହୋଇ ସେହି ବ୍ୟକ୍ତି ଜାମାନଗର ପାଖରେ ଥିବା ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ।

ଏହି ବିଭାଗର ଅଧିକାରୀମାନେ ସେହି ବ୍ୟକ୍ତିଙ୍କ ଘରୁ ଚିପ୍ସ ପ୍ୟାକେଟ ଠାବ କରି ଲାବ୍ରୋଟାରୀ ପରୀକ୍ଷା ପାଇଁ ପଠାଇଥିଲେ । ଏଥିସହ ସେହି ବ୍ରାଣ୍ଡର ସମସ୍ତ ପ୍ୟାକେଟ ଗୁଡିକୁ ଜବତ କରି ପରୀକ୍ଷା କେନ୍ଦ୍ରକୁ ପଠାଇ ଯାଇଛି । ଏବେ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ ଉପରକୁ ନିଜର ଦାୟିତ୍ୱ ହୀନତା ଉପରେ ପ୍ରଶ୍ନ ଉଠିବାରେ ଦେଖାଦେଇଛି ।

Get real time updates directly on you device, subscribe now.