fbpx

ବିଷାକ୍ତ-ନକଲି ମଦ କବଳରେ ଭାରତ; ମରୁଛନ୍ତି ହଜାର ହଜାର ଲୋକ

ନୂଆଦିଲ୍ଲୀ: ବିଷାକ୍ତ-ନକଲି (ବେଆଇନ) ମଦ ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ବିଷାକ୍ତ-ନକଲି ମଦ ପିଇବା ଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେବା ସହ କିଛି ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ ବୋଲି ଅନେକ ସମୟରେ ଖବର ସାମ୍ନାକୁ ଆସିଥାଏ । ନିକଟରେ ତାମିଲନାଡୁର କାଲକୁଡି ଜିଲ୍ଲାରେ ବିଷାକ୍ତ ମଦ ପିଇ ୩୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୦୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବୁଧବାର (ଜୁନ୍ ୧୯) ଏହି ଘଟଣା ଘଟିଛି। ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ବୋଲି ଅଧିକାରୀମାନେ କହିଛନ୍ତି। ଏହି ମାମଲାରେ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରାଯାଇଛି। ସିଏମ୍ କେ ଷ୍ଟାଲିନ୍ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସିବିଆଇ-ସିଆଇଡି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ବଡ଼ ଦୁଃଖଦ ଘଟଣା ଘଟିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତେ ଦାବି କରିଛନ୍ତି।

କିଛି ଦିନ ଧରି ଚଢ଼ାଉ କରାଯାଇ ଏଫଆଇଆର ରୁଜୁ କରାଯାଏ, ବେଆଇନ ମଦ ଜବତ କରାଯାଏ ଏବଂ ଗିରଫ ମଧ୍ୟ କରାଯାଏ । ତା’ପରେ କିଛି ଦିନ ପରେ ସବୁ କିଛି ଶାନ୍ତ ହୋଇଯାଏ। ପୁଣି ଆରମ୍ଭ ହେଲା ବେଆଇନ ମଦ କାରବାର । ଭାରତର ଅନେକ ରାଜ୍ୟରେ ଏବେ ବି ନକଲି ଓ ନିମ୍ନମାନର ମଦ ପ୍ରସ୍ତୁତ କରାଯାଇ ବିନା ଭୟରେ ଖୋଲାଖୋଲି ବିକ୍ରି କରାଯାଉଛି।

୨୦୨୨ରେ ବିନା ଲାଇସେନ୍ସରେ ବିକ୍ରି ହେଉଥିବା ବିଷାକ୍ତ ମଦ ପିଇ ବିହାର ରାଜ୍ୟରେ ୩୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଚଳିତ ବର୍ଷ ଗୁଜରାଟରେ ଅପମିଶ୍ରିତ ମଦ ପିଇ ୨୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ପୂର୍ବରୁ ୨୦୨୦ରେ ପଞ୍ଜାବରେ ବିଷାକ୍ତ ମଦ ପିଇ ପ୍ରାୟ ୧୨୦ ଜଣଙ୍କ ମୃତ୍ୟୁ ହୋଇଥିଲା। ପଞ୍ଜାବରେ ଗତ ୪ ବର୍ଷ ମଧ୍ୟରେ ବେଆଇନ ମଦ୍ୟପାନ ଯୋଗୁଁ ୧୪୬ ଜଣଙ୍କ ମୃତ୍ୟୁ ଘଟିଛି।

ବାସ୍ତବରେ ଅନେକ ମୃତ୍ୟୁର ପର୍ଦ୍ଦାଫାସ ହୋଇନଥାଏ କାରଣ ଅନେକ ସମୟରେ ପରିବାର ସଦସ୍ୟ କିମ୍ବା ଅଧିକାରୀ ମାନେ ବୁଝି ପାରୁନାହାନ୍ତି ଯେ ମୃତ୍ୟୁର କାରଣ ବିଷାକ୍ତ ମଦ ପିଇବା କାରଣରୁ ହୋଇଥାଏ ବୋଲି । ଏଭଳି ସ୍ଥିତିରେ ପୁଲିସ କେବଳ ଅଭାବନୀୟ ପରିସ୍ଥିତିରେ ନା ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି ତାହା ହିଁ କେବଳ ରେକର୍ଡ କରୁଛି।

 

Get real time updates directly on you device, subscribe now.