fbpx

ଜୁନ୍ ୨୬ରେ ହେବ PGT ଡକ୍ୟୁମେଣ୍ଟ ଭେରିଫିକେସନ: ପ୍ରୋଗ୍ରାମ ଜାରି କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୬ ତାରିଖରେ ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ଡକ୍ୟୁମେଣ୍ଟ ଭେରିଫିକେସନ ହେବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ତରଫରୁ ସୂଚନା ଦିଆଯିବା ସହ ଡିଟେଲ୍ଟ ପ୍ରୋଗ୍ରାମ ଜାରି କରାଯାଇଛି । ସକାଳ ୧୦.୩୦ରେ ପ୍ରାର୍ଥୀଙ୍କର ଡକ୍ୟୁମେଣ୍ଟ ଯାଞ୍ଚ ଆରମ୍ଭ କରଯିବ । ଏନେଇ ଓପିଏସସି ୱେବସାଇଟରେ ପ୍ରାର୍ଥୀଙ୍କର ଏକ ଲିଷ୍ଟ ଜାରି କରାଯାଇଛି । କେଉଁ କେଉଁ ପ୍ରାର୍ଥୀଙ୍କର ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ, ସେନେଇ ପ୍ରାର୍ଥୀମାନେ ଚେକ୍ କରିପାରିବେ ।

ଜୁନ୍ ୨୬ରେ ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀଙ୍କର ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ । ସକାଳ ୧୦.୩୦ରେ ପ୍ରଥମ ପର୍ଯ୍ୟାୟ ଓ ଅପରାହ୍ଣ ୨.୩୦ରେ ଦ୍ୱିତୀୟ ପର୍ଯ୍ୟାୟ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ । ସୂଚନାଯୋଗ୍ୟ ଯେ, ଏହି ପଦରେ ସଫଳତାର ସହ କୃତକାର୍ଯ୍ୟ ହେବା ପରେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ଓ ଅପଗ୍ରେଡେଡ୍ ଉଚ୍ଚ ମାଧ୍ୟମିକ ସ୍କୁଲମାନଙ୍କରେ ନିଯୁକ୍ତି ଦିଆଯିବ । ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧିନରେ ଏହି ନିଯୁକ୍ତି ଦିଆଯିବ । ବିଭିନ୍ନ ପର୍ଯ୍ୟାୟ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ପ୍ରାର୍ଥୀଙ୍କର ଡକ୍ୟୁମେଣ୍ଟ ଯାଞ୍ଚ କରାଯାଉଛି । ଏ ବାବଦରେ ସବିଶେଷ ତଥ୍ୟ ପାଇବା ପାଇଁ ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିପାରିବେ ।

Get real time updates directly on you device, subscribe now.