fbpx

‘ଯିଏ ଆମକୁ ଶେଷ କରିବାକୁ ଚେଷ୍ଟା କରିଥିଲା ତାଙ୍କ ସହ କେବେ ବି ଯିବି ନାହିଁ’; ଉଦ୍ଧବ ଠାକରେ

ମୁମ୍ୱାଇ: ଶିବସେନାର ପ୍ରତିଷ୍ଠା ଦିବସ ଅବସରରେ ବୁଧବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି। ସେମାନେ କେବେ ବି ମୋ ବାପା ବାଲାସାହେବଙ୍କ ଐତିହ୍ୟ ଛଡ଼ାଇ ନେଇପାରିବେ ନାହିଁ।

ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଯେ ଲୋକସଭା ନିର୍ବାଚନ ପରେ ବିଜେପି ସହ ସମ୍ଭାବ୍ୟ ବୁଝାମଣା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଯେଉଁମାନେ ତାଙ୍କ ଦଳକୁ ଶେଷ କରିବାକୁ ଚେଷ୍ଟା କରିଥିଲେ ସେମାନଙ୍କ ସହ ସେ କେବେ ଯିବେ ନାହିଁ।

ଉଦ୍ଧବ ଠାକରେ ପୁଣି ଥରେ ବିଜେପି ସହ ହାତ ମିଳାଇପାରନ୍ତି ଏବଂ ଜଣେ ବଡ଼ କେନ୍ଦ୍ରମନ୍ତ୍ରୀଙ୍କୁ ଏହି କାମ ପାଇଁ ଦାୟିତ୍ୱ ଦିଆଯାଇଛି ବୋଲି ଚର୍ଚ୍ଚା ହେଉଥିଲା। ମୁମ୍ବାଇର ଶାନ୍ମୁଖାନନ୍ଦ ହଲ୍ ରେ ଭାଷଣ ଦେଇ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଯେ ଯଦି ଆପଣଙ୍କ ପାଖରେ ସାହସ ଅଛି, ତେବେ ବିନା ତୀରରେ ଏବଂ ବାଲାସାହେବ ଠାକରେଙ୍କ ପ୍ରତୀକ ବିନା ବିଧାନସଭା ନିର୍ବାଚନ ଲଢ଼ିବେ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ବୁଧବାର ଶିବସେନା ପ୍ରତିଷ୍ଠା ଦିବସରେ ଏକ ଅଲଗା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ସିଏମ ସିନ୍ଦେ କହିଛନ୍ତି ଯେ ଉଦ୍ଧବ ଠାକରେ କଂଗ୍ରେସ ସହିତ ରହିବା ଦ୍ୱାରା ଖରାପ ହୋଇଯାଇଛନ୍ତି।

 

 

Get real time updates directly on you device, subscribe now.