fbpx

ଆଜି ପାଳନ ହେଉଛି ‘ଅନ୍ତର୍ଜାତୀୟ ଯୋଗ ଦିବସ’: କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ ଯୋଗ

ଭୁବନେଶ୍ୱର: ଆଜି ସାରା ବିଶ୍ୱରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ଚଳିତବର୍ଷ ଯୋଗ ଦିବସର ଥିମ୍ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’ । ଦେଶ, ବିଦେଶ ଏବଂ ରାଜ୍ୟସ୍ତରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦିବସକୁ ପାଳନ କରାଯାଉଛି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ପାଳନ ହେଉଥିବା ବେଳେ ଏଠାରେ ସାମିଲ ହୋଇଛନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହିପରି ଶ୍ରୀନଗରରେ ପାଳନ ହେଉଥିବା ଯୋଗ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବାକୁ ଯାଉଛନ୍ତି ।

ଯୋଗ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ୨ ଦିନିଆ ଜମ୍ମୁ କାଶ୍ମୀର ଗସ୍ତ କରିଛନ୍ତି । ଆଜି ସକାଳୁ ଶ୍ରୀନଗରର ଏସକେଆଇସିସିରେ ଦଶମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକଙ୍କ ସମ୍ବୋଧନ କରିବା ସହ ସିୱାଇପି ଯୋଗରେ ମଧ୍ୟ ସାମିଲ ହେବେ । ‘ଯୁବଗୋଷ୍ଠୀକୁ ସଶକ୍ତ କରିବା ସହିତ ଜମ୍ମ-କାଶ୍ମୀରରେ ପରିବର୍ତ୍ତନ ଆଣିବା’ କାର୍ଯ୍ୟକ୍ରମ ଏହି ସ୍ଥାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଖୁବ ମୂଲ୍ୟବାନ ରହିଛି । ଏହା ପ୍ରଗତିକୁ ଦର୍ଶାଇଥାଏଏବଂ ଉପଲବ୍ଧି ହାସଲ କରିଥିବା ଯୁବବର୍ଗଙ୍କୁ ପ୍ରେରଣା ଯୋଗାଇଥାଏ ।

ଏଠାରେ ମୋଦୀ ୧,୫୦୦ କୋଟି ଟଙ୍କାର ୮୪ଟି ପମୁଖ ବିକାଶ ଯୋଜନାର ଶିଳାନ୍ୟାସ ଓ ଉଦଘାଟନ କରିବେ । ଏହି ଉଦ୍ଘାଟନୀ ଉତ୍ସବରେ ସଡକ ଭିତ୍ତିଭୂମି, ଜଳ ଯୋଗାଣ ଯୋଜନା ଏବଂ ଉଚ୍ଚଶିକ୍ଷାରେ ଭିତ୍ତିଭୂମି ଇତ୍ୟାଦି ପ୍ରକଳ୍ପ øାମିଲ ରହିଛି । ଏଥିସହ ଚେନ୍ନାଇ-ପାଟନିଟପ୍-ନାଶ୍ରି ବିଭାଗର ଉନ୍ନତି, ଶିଳ୍ପାନୁଷ୍ଠାନର ବିକାଶ ଏବଂ ୦୬ ସରକାରୀ ଡିଗ୍ରୀ କଲେଜ ନିର୍ମାଣ ଭଳି ପ୍ରକଳ୍ପର ମୂଳଦୁଆ ପକାଇବ। ପ୍ରଧାନମନ୍ତ୍ରୀ ୧,୮୦୦ କୋଟି ଟଙ୍କା ମୂଲ୍ୟର କୃଷି ଏବଂ ସହଯୋଗୀ କ୍ଷେତ୍ର (ଔକଉଓଚ) ପ୍ରକଳ୍ପରେ ପ୍ରତିଯୋଗୀତା ଉନ୍ନତି ମଧ୍ୟ ଆରମ୍ଭ କରିବେ। ଜାମ୍ମୁ କାଶ୍ମୀରର ୨୦ ଟି ଜିଲ୍ଲାର ୯୦ ଟି ବ୍ଲକରେ ଏହି ପ୍ରକଳ୍ପ କାର୍ୟ୍ୟକାରୀ ହେବ ଏବଂ ୧୫ ଲକ୍ଷ ହିତାଧିକାରୀଙ୍କୁ ନେଇ ତିନି ଲକ୍ଷ ପରିବାରରେ ପହଞ୍ଚିବ।

Get real time updates directly on you device, subscribe now.