fbpx

ସବୁ ସରକାରୀ କମ୍ପାନୀ ବିକ୍ରି କରିବ ପାକିସ୍ତାନ; ସରକାରଙ୍କ ଘୋଷଣା ପରେ ଗଣମାଧ୍ୟମରେ ହଇଚଇ

ନୂଆଦିଲ୍ଲୀ: ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତିକରୁଛି ପାକିସ୍ତାନ। ପରିସ୍ଥିତି ଏପରି ଆସିଲାଣି ଶେଷରେ ସବୁ ସରକାରୀ କମ୍ପାନୀ ଗୁଡ଼ିକୁ ବିକ୍ରିକରିବାକୁ ବସିଲାଣି ପାକିସ୍ତାନ। ପାକିସ୍ତାନ ସରକାରଙ୍କ ଏପରି ନିଷ୍ପତି ପରେ, ପାକିସ୍ତାନୀ ଗଣମାଧ୍ୟମରେ ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ପାକିସ୍ତାନର ଲୋକ ବି ଅସନ୍ତୁଷ୍ଟ ଅଛନ୍ତି। ଲୋକଙ୍କୁ ଲାଗୁଛି କି ସରକାରୀ କମ୍ପାନୀ ବିକ୍ରିହେବା ପରେ ଦେଶରେ ଦର ଦାମ୍ ଅଧିକ ବଢିଯିବ। ତେବେ ଏହି ଘଟଣାକୁ ନେଇ ପାକିସ୍ତାନୀ ୟୁଟୁବର୍ ସୋହେବ୍ ଚୋଧରୀ ଲୋକଙ୍କ ପ୍ରତିକ୍ରିୟା ନେଇଛନ୍ତି।

ସୋହେବ ଚୋଧରୀ ଯେତେବେଳେ ଲୋକଙ୍କ ପ୍ରତିକ୍ରିୟା ନେଉଥିଲେ, ସେତେବେଳେ ଜଣେ ବ୍ୟକ୍ତି କହିଛନ୍ତି ଯେତେବେଳେ ଆମ ଘରେ ପଅସା ନଥାଏ ସେତେବେଳେ ଆମେ ଘରର ବାସନ ବିକ୍ରି କରୁ। ବ୍ୟକ୍ତିଜଣକ ଆହୁରି କହିଛନ୍ତି ସରକାର କମ୍ପାନୀ ବିକ୍ରି କଲେ ପଇସା ତ ଆସିବ, ହେଲେ ଯିଏ କିଣିବ ସିଏ ତାର ହୁକୁମାତି ଚଲାଇବ, ସବୁ ସାମଗ୍ରୀର ଦାମ ବଢାଇଦେବ। ଯାହାର ବୋଝ ଜନସାଧାରଣଙ୍କ ଉପରେ ଯିବ ।

ପାକିସ୍ତାନୀ ବ୍ୟକ୍ତି ଜଣକ କହିଛନ୍ତି ଯେ ଏକ ବିଲିୟନ ଡଲାର ପାଇଁ ଆମେ ସାଉଦି ଆରବ ଆଗରେ ହାତ ପତାଉଛୁ ଏବଂ ପାକିସ୍ତାନର ବିଦେଶରେ ଶହ ଶହ ବିଲିୟନ ଡଲାର ରହିଛି । ବିଦେଶରେ ଜମା ହୋଇଥିବା ପାକିସ୍ତାନର ଟଙ୍କା ଫେରସ୍ତ ନ ହେବା ପର୍ଯ୍ୟନ୍ତ ପାକିସ୍ତାନର ଅବସ୍ଥା ଭଲ ହୋଇପାରିବ ନାହିଁ ବୋଲି ଏହି ବ୍ୟକ୍ତି ଜଣକ କହିଛନ୍ତି।

ନୱାଜ ସରିଫ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଦାବିଦାର ବୋଲି କହୁଥିଲେ ଏବଂ ଆଜି ତାଙ୍କ ଭାଇମାନେ ସମଗ୍ର ବିଶ୍ୱଠାରୁ ଦାବି କରୁଛନ୍ତି । ଏହି ବ୍ୟକ୍ତି ଜଣକ କହିଛନ୍ତି ଯେ ପାକିସ୍ତାନର ସ୍ଥିତିରେ ଉନ୍ନତି ଆଣିବା ପାଇଁ ବିଦେଶରେ ଜମା ହୋଇଥିବା ପାକିସ୍ତାନର ଟଙ୍କା ଫେରାଇ ଆଣିବା ଦରକାର।

Get real time updates directly on you device, subscribe now.