fbpx

ସରକାରୀ ବଙ୍ଗଳା ଛାଡ଼ିବେ ୫୦ ନେତା-ମନ୍ତ୍ରୀ: ଜାରି ହେଲା ନୋଟିସ… ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ୫୦ ଜଣ ପୂର୍ବ ନେତା ଏବଂ ମନ୍ତ୍ରୀଙ୍କ ପାଇଁ ଜାରି ହୋଇଛି ନୋଟିସ । ରାଜଧାନୀ ଦିଲ୍ଲୀରେ ଥିବା ୫୦ ଜଣ ନେତାଙ୍କୁ ନିଜର ସରକାରୀ ବଙ୍ଗଳା ଛାଡ଼ିବା ପାଇଁ ନୋଟିସ ଜାରି ହୋଇଛି । ନିର୍ବାଚନରେ ପରାଜୟ ବରଣ କରିଥିବା ରାଜନେତାଙ୍କୁ ବାସଭବନ ଖାଲି କରିବା ପାଇଁ ନୋଟିସ ପ୍ରଦାନ କରାଯାଇଛି । ସେମାନଙ୍କ ସ୍ଥାନରେ ନବ ନିର୍ବାଚିତ ନେତା-ମନ୍ତ୍ରୀଙ୍କୁ ଏହି ବାସ ଭବନ ପ୍ରଦାନ କରାଯିବ । ୨-୩ ସପ୍ତାହ ମଧ୍ୟରେ ଏହି ପରିବର୍ତ୍ତନ ହେବ ବୋଲି ଜାଣିବାକୁ ମିଳିଛି ।

ରିପୋର୍ଟ ଅନୁସାରେ, ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ପରାଜିତ ହୋଇଥିବା ନେତା ଓ ସାଂସଦ ମାନଙ୍କୁ ଆଲର୍ଟ ହୋଇଥିବା ସରକାରୀ ବଙ୍ଗଳା ଛାଡ଼ିବା ପାଇଁ ନୋଟିସ ଜାରି କରାଯାଇଛି । ଗତ ଲୋକସଭାରେ ସେମାନଙ୍କୁ କେନ୍ଦ୍ରୀୟ ଆବାସ ଏବଂ ସହରୀ ମନ୍ତ୍ରାଳୟ ତରଫରୁ ପ୍ରଦାନ କରା ଯାଇଥିବା ବେଳେ ବର୍ତ୍ତମାନ ଏହି ବଙ୍ଗଳାକୁ ଖାଲି କରାଯିବ । ନିୟମ ଅନୁସାରେ, ପୁରୁଣା ମନ୍ତ୍ରୀ ଏବଂ ସାଂସଦଙ୍କୁ ଗୋଟିଏ ମାସରେ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିଥାଏ । ନିର୍ବାଚନ ହାରିଥିବା ନେତା ବା ମନ୍ତ୍ରୀଙ୍କ ପାଖରେ କୌଣସି ମନ୍ତ୍ରାଳୟ କିମ୍ବା ସାଂସଦ ପଦ ରହିନଥାଏ । ତେଣୁ କେନ୍ଦ୍ରୀୟ ଆବାସ ଏବଂ ସହରୀ ମନ୍ତ୍ରାଳୟ ତରପରୁ ଏହି ପରାଜିତ ନେତା-ମନ୍ତ୍ରୀଙ୍କୁ ସାଂସଦରୁ ନୋଟିସ ଜାରି ହୋଇଛି । ପ୍ରତ୍ୟେକ ନିର୍ବାଚନ ପରେ ଏହି ପ୍ରକ୍ରିୟା ଦେଖିବାକୁ ମିଳିଥାଏ । ଏହାସହିତ ମନ୍ତ୍ରୀ ପରିଷଦରେ ପରିବର୍ତ୍ତନ ହେବା ପରେ ମଧ୍ୟ ଏହି ପ୍ରକ୍ରିୟା କରାଯାଇଥାଏ । ପୁରୁଣା ବା ପରାଜିତ ନେତା-ମନ୍ତ୍ରୀଙ୍କ ସ୍ଥାନରେ ଏହି ବଙ୍ଗଳା ନବ ନିର୍ବାଚିତ ନେତା-ମନ୍ତ୍ରୀଙ୍କୁ ପ୍ରଦାନ କରାଯାଏ ।

୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍ ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୨୪ ଏବଂ ୨୫ ତାରିଖରେ ନବ ନିର୍ବାଚିତ ସଦସ୍ୟ ଶପଥ ଗ୍ରହଣ କରିବେ । ଏହାପରେ ୨୬ ତାରିଖରେ ଲୋକସଭା ଅଧ୍ୟକ୍ଷଙ୍କ ନିର୍ବାଚନ କରାଯିବ । ବାରର ନବ ନିର୍ବାଚିତ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଲୋକସଭାର ଅସ୍ଥାୟୀ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଛି । ଲୋକସଭାର ଅଧ୍ୟକ୍ଷ ଚୟନ ହେବା ପର୍ଯ୍ୟନ୍ତ ଭର୍ତ୍ତୃହରି ମହତାବ ପୀଠାସୀନ ଅଧିକାରୀ ଭାବରେ ଦାୟିତ୍ୱ ବହନ କରିବେ ଭର୍ତ୍ତୃହରି । ତାଙ୍କ ଉପସ୍ଥିତିରେ ସମସ୍ତ ନବ ନିର୍ବାଚିତ ସଦସ୍ୟ ଶପଥ ଗ୍ରହଣ କରିବେ ।

Get real time updates directly on you device, subscribe now.