fbpx

International Yoga Day: ‘ଯୋଗ ଅର୍ଥବ୍ୟବସ୍ଥା’ର ବାର୍ତ୍ତା ଦେଇ ଜନସମାବେଶକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଲ୍ୟାଣ୍ଡ ଅଫ ସାଧନା’ ଶ୍ରୀନଗରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି । ଜାମ୍ମୁ-କାଶ୍ମୀରର ରାଜଧାନୀରେ ଏକ କାର୍ଯ୍ୟକ୍ରମକୁ ସମ୍ବୋନ୍ଧିତ କରି ସେ କହିଛନ୍ତି ଯେ, ଯୋଗ ଅଭ୍ୟାସକର୍ତ୍ତାମାନଙ୍କୁ ଏହା ଅନୁଭବ କରାଇଛି ଯେ, ଆମ କଲ୍ୟାଣ ଆମ ଆଖପାଖର ଦୁନିଆର କଲ୍ୟାଣ ସହ ସମ୍ବନ୍ଧିତ । ଏହା ଦେଖିବାକୁ ପଡିବ ଯେ, ଗତ ୧୦ ବର୍ଷରେ ପ୍ରାଚୀନ ଭାରତୀୟ ପ୍ରଣାଳୀର ପ୍ରାକ୍ଟିସ କରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯୋଗ ଅର୍ଥବ୍ୟବସ୍ଥା ଭାରତରେ ରୋଜଗାରକୁ ସୃଷ୍ଟି କରିଛି ।

ସେ ପୁଣି କହିଛନ୍ତି ଯେ, ଗତ୧୦ ବର୍ଷରେ ଯୋଗର ପ୍ରସାର ଯୋଗ ସହ ଜଡିତ ଧାରଣାକୁ ବଦଳାଇଦେଇଛି । ଆଜି ଦୁନିଆ ଏକ ନୂଆ ‘ଯୋଗ ଅର୍ଥବ୍ୟବସ୍ଥା’କୁ ଉନ୍ନତ କରିବାକୁ ଚେଷ୍ଟା କରୁଛି । ଭାରତରେ ରିଷିକେଶ ଏବଂ କାଶୀ ଠାରୁ ନେଇ କେରଳ ପର୍ଯ୍ୟନ୍ତ ଯୋଗ ପର୍ଯ୍ୟଟନର ଏକ ନୂଆ ଯୋଗାଯୋଗ ଦେଖିବାକୁ ମିଳୁଛି । ସାରା ଦୁନିଆର ପର୍ଯ୍ୟଟକମାନେ ଭାରତ ଆସୁଛନ୍ତି, କାରଣ ଭାରତରେ ସେମାନେ ପାରମ୍ପରିକ ଯୋଗ ଶିଖିବାକୁ ଚାହୁଁଛନ୍ତି । ଲୋକମାନେ ନିଜ ପାଇଁ ପର୍ସନାଲ ଯୋଗ ଟ୍ରେନର ମଧ୍ୟ ରଖୁଛନ୍ତି । ଏହିସବୁ ଯୁବ ପିଢିଙ୍କ ପାଇଁ ନୂଆ ପ୍ଲାଟଫର୍ମ ଏବଂ ରୋଜଗାର ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି ।

Get real time updates directly on you device, subscribe now.