fbpx

NPSରେ ନିବେଶ କଲେ ଗ୍ରାହକଙ୍କୁ ମିଳିଥାଏ ୫ଟି ବଡ଼ ଫାଇଦା: ଲକ୍ଷାଧିକ ଟଙ୍କାର ଟ୍ୟାକ୍ସ ଛାଡ଼ ପାଇପାରିବେ ଆପଣ

ନୂଆଦିଲ୍ଲୀ: ଆଜିକାଲିର ସମୟରେ ଲୋକମାନେ ନିବେଶ ପାଇଁ ଅନେକ ପ୍ରକାରର ବିକଳ୍ପ ସନ୍ଧାନରେ ରହିଥାନ୍ତି । ତେବେ ଆପଣମାନେ ଯଦି ନ୍ୟାସନାଲ ପେନସନ ସିଷ୍ଟମ (ଏନପିସି)ରେ ନିବେଶ କରିବେ ତେବେ ଏଥିରେ ଆପଣଙ୍କୁ ଅନେକ ଫାଇଦା ମିଳିଥାଏ । ଅନେକ ଲୋକ ଏନପିଏସ ନିବେଶର ଫାଇଦା ବିଷୟରେ ଜାଣିନଥାନ୍ତି । ତେଣୁ ଆପଣମାନେ ମଧ୍ୟ ଏଥିରେ ନିବେଶ କରି ଏହାର ସୁଫଳ ପାଇପାରିବେ ।

୧- ଏହା ଏକ ସାମାଜିକ ଯୋଜନା ହୋଇଥିବା ବେଳେ ଏହାଦ୍ୱାରା ଖାତାଧାରୀଙ୍କୁ ପେନସନ ଫଣ୍ଡ ସହିତ ଏନ୍ୟୁଟିର ଫାଇଦା ମଧ୍ୟ ମିଳିଥାଏ । ଏଥିରେ ଖାତା ଖୋଲିଲେ ଆପଣ ୬୦ ବର୍ଷ ପର୍ଯ୍ୟନ୍ତ ନିଜର ଯୋଗଦାନ ଦେଇପାରିବେ ।
୨- ଏହି ସ୍କିମରେ ଖାତାଧାରୀଙ୍କ ୧୦୦ ପ୍ରତିଶତ ରାଶିରୁ ୬୦ ପ୍ରତିଶତ ରାଶି ଫଣ୍ଡ ଓ ଅବଶିଷ୍ଟ ୪୦ ପ୍ରତିଶତ ରାଶି ଏନ୍ୟୁଟି ଭାବେ ବାହାର କରିପାରିବେ ।

୩- ଏଥିରେ ନିବେଶ କରି ଆପଣମାନେ ଟ୍ୟାକ୍ସ ବେନିଫିଟର ଫାଇଦା ନେଇପାରିବେ । ନିବେଶକଙ୍କୁ ଇନକମ ଟ୍ୟାକ୍ସର ଧାରା ୮୦ସିଡି (୧) ଅଧିନରେ ୧.୫୦- ଲକ୍ଷ ଟଙ୍କାର ଛାଡ଼ ମିଳିଥାଏ । ଏଥିସହିତ ୮୦ସିସିଡି(୧ବି) ଅଧିନରେ ଅତିରିକ୍ତ ୫୦ ହଜାର ଟଙ୍କାର ଟ୍ୟାକ୍ସ ଛାଡ଼ ମିଳିଥାଏ ।

୪- ଯଦି କୌଣସି ବ୍ୟକ୍ତି ନିଜର ବେସିକ ସାଲାରୀ ଓ ଡିଏର ୧୦ ପ୍ରତିଶତ ଏନପିଏସରେ ନିବେଶ କରନ୍ତି, ତେବେ ଏପରି ସ୍ଥିତିରେ ଆପଣଙ୍କୁ ନିଯୁକ୍ତିଦାତାଙ୍କ ଠାରୁ ଅଲଗା ଭାବେ ଟ୍ୟାକ୍ସ ଛାଡ଼ର ଫାଇଦା ମିଳିଥାଏ । ସରକାରୀ କର୍ମଚାରୀଙ୍କ ପାଇଁ ଏହି ସୀମା ୧୪ ପ୍ରତିଶତ ରହିଛି ।

୫- ଏନପିଏସ ନିବେଶକଙ୍କୁ ଅବସର ପୂର୍ବରୁ ଆଂଶିକ ଅର୍ଥ ଉଠାଣ ପାଇଁ ଅନୁମତି ମିଳିଥାଏ । ଆପଣ ଏନପିଏସ ଖାତାରୁ ମୋଟ ଜମା ରାଶିର ୨୫ ପ୍ରତିଶତ ରାଶି ଉଠାଇ ପାରିବେ ।

Get real time updates directly on you device, subscribe now.