fbpx

(Video) ODIର ପ୍ରତିଶୋଧ T-20ରେ… ‘୨୦୨୩ ବିଶ୍ୱକପ’ ପରାଜୟର ପ୍ରତିଶୋଧ ନେବ Team India! ‘କର ବା ମର’ ସ୍ଥିତିରେ କଙ୍ଗାରୁ…

ନୂଆଦିଲ୍ଲୀ: ଆଫଗାନିସ୍ତାନ ଆଜି ଟି-୨୦ ବିଶ୍ୱକପ୍ କ୍ରିକେଟରେ ଏକ ବିରାଟ ବିଜୟ ହାସଲ କରିଛି । ଅଷ୍ଟ୍ରେଲିଆକୁ ୨୧ ରନରେ ପରାସ୍ତ କରି ବିଶ୍ବ କ୍ରିକେଟରେ ଝଡ଼ ସୃଷ୍ଟି କରିଛି ରାଶିଦ ସେନା । ଏପଟେ ଟିମ ଟିମ୍ ଇଣ୍ଡିଆ ମଧ୍ୟ ସେମି ଫାଇନାଲରେ ପହଞ୍ଚିବା ପାଇଁ ମାତ୍ର ଗୋଟିଏ ପାଦ ପଛରେ ରହିଛି । ୨୪ ତାରିଖରେ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି । ଏହି ମ୍ୟାଚଟି ଉଭୟ ଦଳ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଅଷ୍ଟ୍ରେଲିଆ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ୨୦୨୩ ଦିନିକିଆ ବିଶ୍ୱକପରେ ଅଷ୍ଟ୍ରେଲିଆ ହାତରୁ ମିଳିଥିବା ପରାଜୟର ପ୍ରତିଶୋଧ ନେବା ପାଇଁ ବଡ଼ ସୁଯୋଗ ପାଇଛି ରୋହିତ ସେନା ।

ଟି-୨୦ ବିଶ୍ୱକପରେ ରୋମାଞ୍ଚକର ହୋଇଛି ସୁପର-୮ ମୁକାବିଲା । ଆଫଗାନିସ୍ତାନ ଅଷ୍ଟ୍ରେଲିଆ ଉପରେ ବିଜୟ ହାସଲ କରିବା ପରେ ବଦଳିଯାଇଛି ପଏଣ୍ଟ ଟେବୁଲର ସମୀକରଣ । ବର୍ତ୍ତମାନ ସମସ୍ତ ଦଳ ପାଇଁ ଏହି ପର୍ଯ୍ୟାୟର ଶେଷ ମ୍ୟାଚ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ତେବେ ଅଷ୍ଟ୍ରେଲିଆ ଭାରତ ବିପକ୍ଷ ମ୍ୟାଚରେ ପରାସ୍ତ ହେଲେ ସେମି ଫାଇନାଲରୁ ବାଦ୍ ପଡ଼ିପାରେ । ତେଣୁ କଙ୍ଗାରୁ ଦଳକୁ ହରାଇ ସେମି ଫାଇନାଲରୁ ବାଦ୍ ଦେଲେ ଭାରତ ଦିନିକିଆ ବିଶ୍ୱକପ ଫାଇନାଲରେ ମିଳିଥିବା ପରାଜୟର ଉଚିତ ପ୍ରତିଶୋଧ ନେଇପାରିବ ।

ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି୨୦ ବିଶ୍ୱକପ ୨୦୨୪ର ସୁପର ୮ ମ୍ୟାଚ ରାତି ୮ଟାରେ ଡାରେନ ସାମି ଷ୍ଟାଡିୟମରେ ଖେଳାଯିବ । ଆଉଗାନିସ୍ତାନ ବିପକ୍ଷ ସୁପର ୮ ମ୍ୟାଚରେ ଝଟକା ଦେବା ଭଳି ପରାଜୟ ବରଣ କରିବା ପରେ ଅଷ୍ଟ୍ରେଲିଆ ଏବେ କର ବା ମର ଭଳି ସ୍ଥିତିରେ ଫସି ଯାଇଛି । ଭାରତ ପାଖରେ ଏମିତିରେ ବି ଅଷ୍ଟ୍ରେଲିଆ ଠୁ ୨୦୨୩ ବିଶ୍ୱକପ ଫାଇନାଲ ହାରିବାର ପ୍ରତିଶୋଧ ନେବାର ସୁଯୋଗ ରହିଛି । ଅଷ୍ଟ୍ରେଲିଆ ଟିମ ଯଦି ଭାରତ ଭାରତ ବିପକ୍ଷରେ ମ୍ୟାଚ ହାରିଯାଏ ଓ ଆଫଗାନିସ୍ତାନ ଟିମ ମଙ୍ଗଳବାର ସୁପର ୮ ମ୍ୟାଚରେ ବାଂଲାଦେଶକୁ ହରାଇଦିଏ, ତାହେଲେ କଙ୍ଗାରୁ ଟିମ ଟି୨୦ ବିଶ୍ୱକପ ୨୦୨୪ରୁ ବାହାରିଯିବ ।

ସେପଟେ ମନୋବଳ ସହ ଭାରତୀୟ ଟିମ ଟି୨୦ ବିଶ୍ୱକପର ସୁପର ୮ ମ୍ୟାଚରେ ନିଜର ଶେଷ ମୁକାବିଲା ସୋମବାର କଙ୍ଗାରୁ ଦଳକୁ ହରାଇ ସେମିଫାଇନାଲରେ ପ୍ରବେଶ କରିବା ଉଦ୍ଦେଶ୍ୟରେ ଓହ୍ଲାଇବ । ତେବେ ଭାରତୀୟ ଟିମ ଲଗାତର ୩ୟ ବିଜୟ ସହ ଗ୍ରୁପରେ ଟପରେ ରହି ସେମି ଫାଇନାଲରେ ପହଞ୍ଚିବାକୁ ଚାହିଁବ । ସେହିପରି ଆଫଗାନିସ୍ତାନଠାରୁ ହାରିଥିବା ୨୦୨୧ର ଚମ୍ପିଆନ ଅଷ୍ଟ୍ରେଲିଆ ଟିମକୁ ହାରିବା ପରେ ବିଦା ହେବାକୁ ପଡିପାରେ ।

Get real time updates directly on you device, subscribe now.