fbpx

କୋଟାରେ କଂଗ୍ରେସର ବିକ୍ଷୋଭ, ପିସିସି ମୁଖ୍ୟ ଗୋବିନ୍ଦ ଡୋଟାସରା, ଟିକାରାମ ଜୁଲି ଭଳି  ବିଧାୟକଙ୍କ ନାମରେ ମାମଲା

 

ରାଜସ୍ଥାନ: ରାଜସ୍ଥାନସ୍ଥିତ କୋଟାରେ ହୋଇଥିବା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ମାମଲାରେ ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦ ସିଂ ଡୋଟାସରାଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ନେତା ପ୍ରତିପକ୍ଷ ଟିକାରାମ ଜୁଲିଙ୍କ ସହ ଅନ୍ୟ କେତେକ ବିଧାୟକଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି । ଜଣାଯାଇଛି ଯେ, ଏହାର ଯାଞ୍ଚ ସିବିସିଆଇଡିକୁ ଦିଆଯାଇଛି । କଂଗ୍ରେସର ଏହି ପ୍ରଦର୍ଶନ ମହଙ୍ଗା, ଭ୍ରଷ୍ଟାଚାର, ପେପର ଲିକ, ନିଟ ବିବାଦ, ବିଜୁଳି ସଂକଟ ତଥା କୃଷକଙ୍କ ସମସ୍ୟାକୁ ଉପରେ ଆଧାରିତ ଥିଲା । ସେପେଟ କୋଟା ପୁଲିସ ନୟାପୁରା ଥାନାରେ ପୂର୍ବ ବିଧାୟକ ଓ କଂଗ୍ରେସ ନେତା ପ୍ରହଲ୍ଲାଦ ଗୁଞ୍ଜଲ, କୋଟା ଦେହାତ କଂଗ୍ରେସ ଅଧ୍ୟକ୍ଷ ଭାନୁ ପ୍ରତାପ, ପ୍ରଦେଶ ସଚିବ ନଇମୁଦ୍ଦିନ ଗୁଡ୍ଡୁ, କଂଗ୍ରସର ଜିଲ୍ଲା ଅଧ୍ୟକ୍ଷ ରବିନ୍ଦ୍ର ତ୍ୟାଗୀ, ବିଜୟ ପ୍ରତାପ ପାନାହେଡା, ଉପ ମହାପୌର ପୱନ ମିଣା, ପ୍ରଦେଶ ସଚିବ ମଞ୍ଜୁର ତମ୍ବର ଓ ବହୁ କାର୍ଯ୍ୟକର୍ତ୍ତାଙ୍କ ନାମରେ ମାମଲା ରୁଜୁ କରିଛି ।

ଏହି ବିକ୍ଷୋଭ ସମୟରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଜିଲ୍ଲାପାଳ ଅଫିସକୁ ଫସିବାକୁ ଚେଷ୍ଟା କରିଥିଲେ । ସର୍କିଟ ହାଉସରୁ ବିକ୍ଷୋଭକାରୀମାନେ ପ୍ରଦର୍ଶନ ଆରମ୍ଭ କରି ଜିଲ୍ଲାପାଳ ଅଫିସ ମଧ୍ୟକୁ ଯିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଏହି ବିକ୍ଷୋଭ ସମୟରେ ପୁଲିସ ଓ କଂଗ୍ରେସ କର୍ଯ୍ୟକର୍ତ୍ତା ମୁହାଁମୁହିଁ ହୋଇଥିଲେ । ପ୍ରକାଶଥାଉ ଯେ, ରାଜସ୍ଥାନ ପିସିସି ଅଧ୍ୟକ୍ଷ ଗୋବିନ୍ଦ ସିଂ ଡୋରା ବସୁନ୍ଧରା ରାଜେଙ୍କ ବୟାନ ଉପରେ ପଲଟବାର କରିଥିଲେ । ବସୁନ୍ଧରାଙ୍କ ଆଙ୍ଗୁଳି ଧରିବା ଟିପ୍ପଣି ଉପରେ ସେ କହିଥିଲେ ଯେ ଏହି ଲଢେଇ ଉପରୁ ହେଉଛି । ବିବାଦ ଆରଏସ୍‌ଏସ୍ ଓ ବିଜେପି ମଧ୍ୟରେ ହୋଇଛି । ଡୋଟାସରା ଆହୁରି କହିଛନ୍ତି ଯେ ଯଦି ତିନିଟି ପରୀକ୍ଷା ରଦ୍ଦ କରି ଦିଆଗଲା ତେବେ ଚତୁର୍ଥ ପରୀକ୍ଷାକୁ ହେବାକୁ କାହିଁକି ଦିଆଯାଉଛି । ନିଟ ୟୁଜି ପରୀକ୍ଷାକୁ ବନ୍ଦ କରିବା ପାଇଁ ସେ ଦାବି କରିଛନ୍ତି ।

Get real time updates directly on you device, subscribe now.