fbpx

ଆଲବମ୍ କୁଇନ୍ ଦୀପା ସାହୁଙ୍କ ଅବସ୍ଥା ଗୁରୁତର, ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର,୨୦ ।୬(ଓଡିଶା ଭାସ୍କର): ଓଡିଆ ଆଲବମର ଚୁଲବୁଲି ନାୟିକା ବା ଅଭିନେତ୍ରୀ ଦୀପା ସାହୁ ଏବେ କ୍ୟାନ୍ସରରେ ପୀଡିତ ଅଛନ୍ତି । ଆଲବମ୍ ଦୁନିଆରେ ଚହଳ ପକାଇଥିବା ଦୀପା ପ୍ରାୟ ୧ ବର୍ଷ ହେବ ଜରାୟୁ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । କିନ୍ତୁ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଆଜି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିନେତା ଅଖିଳ ପଟ୍ଟନାୟକ ଏବଂ ସାମାଜିକ କର୍ମୀ ପ୍ରଶାନ୍ତ ନାୟକଙ୍କ ସହାୟତାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଦୀପା ବହୁ ଓଡିଆ ଆଲବମ୍ ଗୀତରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କର ‘ତୋର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ’,‘ହାୟ ହାୟ ତୋ ମଲ୍ଲୀଫୁଲ ଗଜରା’,‘ଏକଡା ଏକଡ଼ା ରା’ଗୀତ ସହିତ ଓଡ଼ିଆ ଫିଲ୍ମ ‘ନାରୀ ଆଖିରେ ନିଆଁ’ଫିଲ୍ମ ଲୋକଙ୍କୁ ବେଶ ପସନ୍ଦ ଆସିଥିଲା ।

Get real time updates directly on you device, subscribe now.