fbpx

Breaking; ଜିମ୍ବାୱେ ବିପକ୍ଷରେ ଡେବ୍ୟୁ କଲେ ସାଇ ସୁଦର୍ଶନ: ଦ୍ୱିତୀୟ ମ୍ୟାଚ ଜିତିବା ଲକ୍ଷ୍ୟରେ ଶୁଭମନ

ନୂଆଦିଲ୍ଲୀ: ପ୍ରଥମ ମ୍ୟାଚରେ ପରାଜୟ ପରେ ଶୁଭମନ ଗିଲ କେଳିଛନ୍ତି ନୂଆ ଚାଲ୍ । ଦ୍ୱିତୀୟ ମ୍ୟାଚରେ ବଦଳି ଯାଇଛି ଟିମ ଇଣ୍ଡିଆ । ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଦଳରେ ଏଣ୍ଟ୍ରି କରିଛନ୍ତି ଆଇପିଏଲ ଷ୍ଟାର ସାଇ ସୁଦର୍ଶନ । ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ପ୍ରଥମ ମ୍ୟାଚ ହାରିବା ପରେ ଦ୍ୱିତୀୟ ମ୍ୟାଚ ବିଜୟ ଲକ୍ଷ୍ୟରେ ଦଳରେ ପରିବର୍ତ୍ତନ କରିଛି । ବାମହାତୀ ବୋଲର ଖଲୀଲ ଅହମଦଙ୍କୁ ଦଳରେ ବାଦ୍ ଦେଇ ସାଇ ସୁଦର୍ଶନଙ୍କୁ ସୁଯୋଗ ଦେଇଛନ୍ତି ଅଦିନାୟକ ଶୁଭମନ ଗିଲ୍ ।

ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆରେ ପରିବର୍ତ୍ତନ କରିଛନ୍ତି ଅଧିନାୟକ ଶୁଭମନ ଗିଲ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଦଳର ଅଧିନାୟକ ଶୁଭମନ ଗିଲ୍ । ଏହି ମ୍ୟାଚରେ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଷ୍ଟାର ବ୍ୟାଟର ସାଇ ସୁଦର୍ଶନଙ୍କୁ ଦଳରେ ସୁଯୋଗ ଦେଇଛନ୍ତି ଶୁଭମନ । ପ୍ରଥମ ମ୍ୟାଚରେ ଅଭିଷେକ ଶର୍ମା, ରିୟାନ୍ ପରାଗ ଏବଂ ଧ୍ରୁବ ଜୁରେଲ ଡେବ୍ୟୁ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ସାଇ ସୁଦର୍ଶନଙ୍କୁ ଦଳରେ ସୁଯୋଗ ଦିଆଯାଇଛି । ପେସ୍ ବୋଲର ଖଲୀଲ ଅହମଦଙ୍କ ସ୍ଥାନରେ ଦଳରେ ସାଇ ସୁଦର୍ଶନଙ୍କୁ ସୁଯୋଗ ମିଳିଛି ।

ଜିମ୍ବାୱେ ବିପକ୍ଷ ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ପରେ ଏହାକୁ ମଜବୁତ କରିବା ପାଇଁ ଦଳରେ ଆଉ ଜଣେ ବ୍ୟାଟରଙ୍କୁ ସାମିଲ କରିଛନ୍ତି ଅଧିନାୟକ ଗିଲ୍ । ସାଇ ସୁଦର୍ଶନଙ୍କୁ ଦଳରେ ସୁଯୋଗ ମିଳିବା ପରେ ଭାରତର ବ୍ୟାଟିଂ ଅର୍ଡର ଆହୁରି ମଜବୁତ ହୋଇଛି । ତେବେ ପ୍ରଥମ ମ୍ୟାଚର ପରାଜୟକୁ ଭୁଲି ଭାରତର ଯୁବ ବାହିନୀ ଦ୍ୱିତୀୟ ମ୍ୟାଚରେ ଦମଦାର ପ୍ରଦର୍ଶନ କରିବ ବୋଲି ଆଶା ରହିଛି ।

 

ଭାରତର ପ୍ଲେଇଙ୍ଗ ୧୧: ଶୁଭମନ ଗିଲ୍(ଅଧିନାୟକ), ଅଭିଷେକ ଶର୍ମା, ଋତୁରାଜ ଗାଏକ୍ୱାଡ, ସାଇ ସୁଦର୍ଶନ, ରିୟାନ୍ ପରାଗ, ରିଙ୍କୁ ସିଂହ, ଧୁବ ଜୁରେଲ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ଆଭେଶ ଖାନ୍, ମୁକେଶ କୁମାର ।

ଜିମ୍ବାୱେ ପ୍ଲେଇଙ୍ଗ ୧୧: ବେସଲି ମଧେୱେରେ, ଇନୋସେଣ୍ଟ କାୟା, ବ୍ରାୟନ୍ ବେନେଟ, ସିକନ୍ଦର ରଜା(ଅଧିନାୟକ), ଡାୟନ୍ ମାୟର୍ସ, ଜନଥନ୍ କ୍ୟାମ୍ପବେଲ, କ୍ଲାଇଭ ମଣ୍ଡାଣ୍ଡେ, ୱେଲିଙ୍ଗଟନ୍ ମସାକାଦଜା, ଲ୍ୟୁକ ଜୋଗୱେ, ବେଲସିଙ୍ଗ ମୁଜାରବାନୀ ଏବଂ ତେନ୍ଦଇ ଚତାରା ।

Get real time updates directly on you device, subscribe now.