fbpx

ନିଷ୍ଠୁରତାର ସୀମା ପାର କଲେ ପିତା… ୧୫ ଦିନର କନ୍ୟା ସନ୍ତାନକୁ ଦେଲେ ଜୀବନ୍ତ କବର, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଇସଲାମାବାଦ: ବେଳେ ବେଳେ ପରିସ୍ଥିତି ମଣିଷକୁ ଏପରି କାର୍ଯ୍ୟ କରିବାକୁ ବାଧ୍ୟ କରିଥାଏ ଯେଉଁଥିପାଇଁ ସେ ସାରା ଜୀବନ ପଶ୍ଚାତାପ କରିଥାଏ । ନିଜ ସନ୍ତାନର ଚିକିତ୍ସା ପାଇଁ ଅର୍ଥ ଅଭାବ ହେବାରୁ ଜଣେ ନିର୍ଦୟୀ ପିତା ତାକୁ ଜୀବନ୍ତ କବର ଦେଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନର ଥାରୁଶାହ ଅଞ୍ଚଳରେ । ବର୍ତ୍ତମାନ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାମଲାରେ ପୋଲିସ ଅଭିଯୁକ୍ତ ପିତାକୁ ଗିରଫ କରିଥିବା ଜଣାପଡ଼ିଛି ।

ପାକିସ୍ତାନ ପୋଲିସଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ ପିତା ତୈୟବ ନିଜ ଦୋଷ ସ୍ୱିକାର କରିଛନ୍ତି । ତୈୟବଙ୍କ ବୟାନ ଅନୁଯାୟୀ ତାଙ୍କ ପାଖରେ ୧୫ ଦିନର କନ୍ୟା ସନ୍ତାନର ଚିକିତ୍ସା କରିବା ପାଇଁ ଅର୍ଥ ବାଧକ ସାଜିଥିଲା । ତେଣୁ ସେ ତାଙ୍କ ଦାରିଦ୍ରତା ହେତୁ କନ୍ୟା ସନ୍ତାନକୁ ଉତ୍ତମ ଚିକିତ୍ସା ପ୍ରଦାନ କରିବାରେ ଅକ୍ଷମ ଥିଲେ । ଏଥିପାଇଁ ସେ ବାଧ୍ୟ ହୋଇ ନବଜାତ ଶିଶୁକୁ ପ୍ରଥମେ ଏକ ଅଖାରେ ଭର୍ତ୍ତି କରିବା ପରେ କବର ଦେଇଥିଲେ । ଏହା ପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପିତାକୁ ଏଭଳି ଜଘନ୍ୟ କାଣ୍ଡ ପାଇଁ ଗିରଫ କରିଛି ।

Get real time updates directly on you device, subscribe now.