fbpx

PM Kisaan ଯୋଜନାରେ ମିଳିବ ୮ ହଜାର ଟଙ୍କା! ବଜେଟରେ କୃଷକଙ୍କୁ ମିଳିବ ବଡ଼ ଉପହାର

ନୂଆଦିଲ୍ଲୀ: ମୋଦୀ ୩.୦ରେ କୃଷକଙ୍କ ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ମାତ୍ରେ ମୋଦୀ ପ୍ରଥମେ କୃଷକଙ୍କ ଫାଇଲରେ ଦସ୍ତଖତ କରିଥିଲେ । ତେଣୁ ଆଗାମୀ ଦିନରେ କୃଷକଙ୍କୁ ଆହୁରି ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଆଶା କରାଯାଉଛି । ଆସନ୍ତା ବଜେଟରେ କୃଷକଙ୍କ ପାଇଁ ବଡ଼ ଉପହାର ଆସିପାରେ ବୋଲି ଅନୁମାନ କରାଯାଉଛି । ପିଏମ କିସାନ ଯୋଜନାରେ ମିଳୁଥିବା ବାର୍ଷିକ ସହାୟତା ରାଶିକୁ ବୃଦ୍ଧି କରିବା ପାଇଁ ବିଚାର କରୁଛନ୍ତି ମୋଦୀ ସରକାର । ୬୦୦୦ ଟଙ୍କା ପରିବର୍ତ୍ତେ ଏଣିକି କୃଷକଙ୍କୁ ୮୦୦୦ ଟଙ୍କା ପ୍ରଦାନ କରିପାରନ୍ତି କେନ୍ଦ୍ର ସରକାର ।

ସୂଚନା ଅନୁସାରେ, ବଜେଟ ପୂର୍ବ ଚର୍ଚ୍ଚା ସମୟରେ କୃଷି ଇଣ୍ଡଷ୍ଟ୍ରିର ଏକ୍ସପର୍ଟ ଅର୍ତମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି । ଏହି ବୈଠକରେ ନିର୍ମଳା ସୀତାରମଣଙ୍କ ସହ କୃଷକଙ୍କ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଏଥିମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଥିଲା ପିଏମ କିସାନ ଯୋଜନାର ସହାୟତା ରାଶି । ୨୦୨୪ ବଜେଟରେ ପିଏମ କିସାନ ଯୋଜନାରେ ମିଳୁଥିବା ବାର୍ଷିକ ରାଶି ୬୦୦୦ ଟଙ୍କାରୁ ୮୦୦୦ ଟଙ୍କା ହୋଇପାରେ । ଏ ନେଇ ଅର୍ଥମନ୍ତ୍ରୀଙ୍କ ସହ ବୈଠକରେ ଆଲୋଚନା କରିଥିଲେ କୃଷି ବିଭାଗର ଏକ୍ସପର୍ଟ । ତେବେ ବଜେଟରେ ଅର୍ଥମନ୍ତ୍ରୀ ଏହି ପ୍ରସ୍ତାବ ଉପରେ ମୋହର ମାରିଲେ କୃଷକମାନଙ୍କ ପାଇଁ ଏହା ଏକ ବଡ଼ ଉପହାର ହୋଇପାରିବ ।

ଜୁନ୍ ୧୮ ତାରିଖରେ ଶପଥ ଗ୍ରହଣ ପରେ ପ୍ରଥମେ ମୋଦୀ ପିଏମ କିସାନ ଯୋଜନାର ୧୭ତମ କିସ୍ତି ଫାଇଲକୁ ମଞ୍ଜୁରୀ ଦେଇଥିଲେ । ଏଥିରେ ପ୍ରାୟ ୯.୩ କୋଟି କୃଷକଙ୍କ ଆକାଉଣ୍ଟକୁ ୨୦ ହଜାର କୋଟି ରାଶି ଜମା କରାଯାଇଛି । ବଜେଟରେ ଏହି ପ୍ରସ୍ତାବ ପାରିତ ହେଲେ, ୬୦୦୦ ଟଙ୍କା ପରିବର୍ତ୍ତେ କୃଷକମାନଙ୍କ ଆକାଉଣ୍ଟକୁ ୮୦୦୦ ଟଙ୍କା ପାଇପାରିବେ । କୃଷକଙ୍କ ଆକାଉଣ୍ଟକୁ ବାର୍ଷିକ ୩ ଥର ୨୦୦୦ ଟଙ୍କା ଲେଖାଏଁ ଟଙ୍କା ପଠାଇଥାନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ଏହି ଟଙ୍କା ବାର୍ଷିକ ୮୦୦୦ ଟଙ୍କାକୁ ବୃଦ୍ଧି ହୋଇପାରେ ।

Get real time updates directly on you device, subscribe now.