fbpx

Cancer ରୋଗ ଭଲ କରିବ ‘ଜେନିକ୍’: ନୂଆ ମେଡିସିନ୍ ଉଦ୍ଭାବନ କରୁଛି ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ: ଏବେ ଖୁବ ସହଜରେ ହେବ କ୍ୟାନସର ଭଳି ବଡ଼ ରୋଗର ଚିକିତ୍ସା । କ୍ୟାନ୍ସର ରୋଗ ବିରୋଧରେ ଲଢିବା ପାଇଁ ନୂଆ ମେଡିସିନ୍ ପ୍ରସ୍ତୁତ କରୁଛି ଭାରତୀୟ କମ୍ପାନୀ । ସୁଲଭ ମୂଲ୍ୟରେ ଔଷଧ ବ୍ୟବହାର କରିର ବ୍ଲଡ କ୍ୟାନସର ଏବଂ ବୋନ୍ ମ୍ୟାରୋ ଭଳି ରୋଗ ସହ ଲଢିପାରିବେ ବୋଲି ଆଶା ପ୍ରକଟ କରାଯାଇଛି । ଭାରତୀୟ ଔଷଧ ନିର୍ମାତା କମ୍ପାନୀ ଏଭଳି ରୋଗରୁ ମୁକ୍ତି ଦେବା ପାଇଁ ନୂଆ ଔଷଧ ‘ଜେନିକ’ ପ୍ରସ୍ତୁତ କରିଛି । ଏହି ଔଷଧ ବ୍ୟବହାର କରିବା ପାଇଁ ଅନୁମତି ମଧ୍ୟ ମିଳିସାରିଛି । ତେବେ ବର୍ତ୍ତମାନ ଏହାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଜାରି ରହିଛି ।

ମୁମ୍ବାଇର ଫାର୍ମାସ୍ୟୁଟିକାଲ କମ୍ପାନୀ ୱାର୍କହାର୍ଡଟ ‘ଜେନିକ’ ନାମକ ଏକ ଔଷଧ ପ୍ରସ୍ତୁତ କରିଛି । ତେବେ ବର୍ତ୍ତମାନ ଏହାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଜାରି ରହିଛି । କ୍ଲିନିକାଲ ଟ୍ରାଏଲ ପରେ ଏହାକୁ ସାଧାରଣରେ ବ୍ୟବହାର କରିବା ପାଇଁ ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍(USFDA) ମଧ୍ୟ ଅନୁମତି ପ୍ରଦାନ କରିଛି । ଭାରତରେ ମଧ୍ୟ ଏହାର ପରୀକ୍ଷଣ ପାଇଁ ଡିସିଜିଆଇ ଅନୁମତି ଦେବା ପରେ ପରୀକ୍ଷଣ ଆରମ୍ଭ ହୋଇଛି । ୨୦୨୫ ଶେଷ ସୁଦ୍ଧା ଏହାକୁ ଅନ୍ତିମ ମଞ୍ଜୁରୀ ମିଳିପାରେ ବୋଲି କହିଛନ୍ତି କମ୍ପାନୀର ଫାଉଣ୍ଡର-ଚେୟାରମ୍ୟାନ ହାବିଲ ଖୋରାକିୱାଲା । ,ହାପରେ ଔଷଧର କମର୍ସିଆଲ ଲଞ୍ଚ୍ ଆରମ୍ଭ ହୋଇପାରିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଗବେଷଣା ଏବଂ ପରୀକ୍ଷଣରେ ଏହି ଆଣ୍ଟିବାୟୋଟିକ୍ ଔଷଧ ବେଶ୍ ଭଲ ପ୍ରଦର୍ଶନ କରିଛି । ଆସନ୍ତା ୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା ଏହା ମାର୍କେଟରେ ଲଞ୍ଚ୍ ହୋଇପାରେ । ପରୀକ୍ଷଣ ସମୟରେ କେମୋଥେରାପୀ ପୁଣି ଆରମ୍ଭ କରିବା ପାଇଁ ବେଶ୍ ସହାୟକ ହୋଇପାରିଥିଲା । ଏହାବ୍ୟତୀତ ଏହି ଔଷଧ ଏକ ନୂଆ ପେନସିଲିନ ଭାବରେ କାର୍ଯ୍ୟ କରିପାରେ ବୋଲି କହିଛନ୍ତି ୱକହାର୍ଡଟର ଔଷଧ ଆବିଷ୍କାର ଏବଂ ଗବେଷଣା ନିର୍ଦ୍ଦେଶକ ଡା. ମହେଶ ପଟେଲ । ଏି ଔଷଧ ପ୍ରସ୍ତୁତ କରିବା ପାଇଁ ୨୫ ବର୍ଷ ସମୟ ଲାଗିଥିଲା ବୋଲି ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.