fbpx

ମହାକୁମ୍ଭରେ ବାବାଙ୍କ ଏଣ୍ଟ୍ରି ଉପରେ ଲାଗିବ ବ୍ୟାନ୍? ତାଲିକା କରୁଛି ଆଖଡ଼ା ପରିଷଦ

ନୂଆଦିଲ୍ଲୀ: ପ୍ରୟାଗରାଜରେ ମହାକୁମ୍ଭ-୨୦୨୫ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ପ୍ରଶାସନ ସହିତ ଅଖିଳ ଭାରତୀୟ ଆଖଡ଼ା ପରିଷଦ ମଧ୍ୟ ଏହି ପ୍ରସ୍ତୁତିରେ ସାମିଲ ହୋଇଛି । ଏହାମଧ୍ୟରେ ଏକ ବଡ଼ ନିଷ୍ପତ୍ତି ନେଇଛି ଆଖଡ଼ା ପରିଷଦ । ଏହି ମହାକୁମ୍ଭ ମେଳାରେ ଫର୍ଜି ବାବାଙ୍କ ଏଣ୍ଟ୍ରି ଉପରେ ବ୍ୟାନ୍ ଆଦେଶ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଉଛି । ନକଲି ବାବାଙ୍କ ତାଲିକା ପ୍ରସ୍ତୁତ କରି ମେଳା ପ୍ରାଧିକାରଣକୁ ଦେବା ସହ ସେମାନଙ୍କୁ ମେଳାରେ ପ୍ରବେଶ ପାଇଁ ସ୍ଥାନ ନ ଦେବାକୁ ଦାବି କରିଛି ଆଖଡ଼ା ପରିଷଦ ।

ହାଥରସ ଦୁର୍ଘଟଣା ପରେ ନକଲି ବାବା ଏବେ ଟାର୍ଗେଟରେ ରହିଛନ୍ତି । ସେମାନଙ୍କୁ ନେଇ ସାଧାରଣ ଜନତାଙ୍କ ମନରେ ଖୁବ କ୍ରୋଧ ଦେଖିବାକୁ ଥିବା ବେଳେ ସନ୍ଥ ସମାଜ ମଧ୍ୟ ଏହାକୁ ନେଇ ଅସନ୍ତୋଷ ରହିଛନ୍ତି । ନକଲି ବାବାଙ୍କ ଉପରେ ବଡ଼ ବୟାନ ଦେଇଛି ଅଖିଳ ଭାରତୀୟ ଆଖଡ଼ା ପରିଷଦ । ଆଖଡ଼ା ପରିଷଦର ସନ୍ଥ-ମହନ୍ତ ମଧ୍ୟ ଏହାର ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ତେବେ ଆସନ୍ତାବର୍ଷ ସଙ୍ଗମ ନଗରୀ ପ୍ରୟାଗରାଜରେ ମହାକୁମ୍ଭ ହେବାକୁ ଯାଉଛି । ମହାକୁମ୍ଭ ପାଇଁ ପ୍ରଶାସନ ସମେତ ଆଖଡ଼ା ପରିଷଦ ମଧ୍ୟ ପ୍ରସ୍ତୁତି ଜାରି ରଖିଛି । ନକଲି ବାବାଙ୍କ ପାଇଁ ସନ୍ଥ ସମାଜ ବଦନାମ ହେଉଥିବା କହିଛି ଆଖଡ଼ା ପରିଷଦ । ଏହାଦ୍ୱାରା ସନ୍ଥ ସମାଜର ଆତ୍ମସମ୍ମାନ ମଧ୍ୟ ତଳକୁ ଆସିଛି । ତେବେ ମହାକୁମ୍ଭ ପୂର୍ବରୁ ଏଭଳି ନକଲି ବାବାଙ୍କ ତାଲିକା ପ୍ରସ୍ତୁତ କରିବ ଆଖଡ଼ା ପରିଷଦ ।

ପ୍ରୟାଗରାଜରେ ମେଳା ପ୍ରାଧିକରଣ ଏବଂ ଅଖିଳ ଭାରତୀୟ ଆଖଡ଼ା ପରିଷଦର ସାଧୁ ସନ୍ଥଙ୍କ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ନକଲି ସନ୍ଥଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ପ୍ରସ୍ତୁତି ହୋଇପାରେ । ଏମାନଙ୍କୁ କୁମ୍ଭ ମଞ୍ଚରେ କୌଣସି ସ୍ଥାନ ନ ଦେବାକୁ ଦାବି ହୋଇଛି । ହାଥରସ ଘଟଣାରେ ଆଖନା ପରିଷଦ ସହ ଜଡ଼ିତ ମହନ୍ତ ଏବଂ ସନ୍ଥ ଏହାକୁ ନିନ୍ଦା କରିଛନ୍ତି । ତେଣୁ ମହାକୁମ୍ଭରେ ପ୍ରବେଶ କରିବା ପୂର୍ବରୁ ଏହି ବୈଠକ ନକଲି ବାବାମାନଙ୍କ ପାଇଁ ଏକ ସତର୍କ ସୂଚନା ହୋଇପାରେ ।

Get real time updates directly on you device, subscribe now.