fbpx

କର୍ମଚାରୀମାନଙ୍କୁ ପିଏଫ ଦେଇପାରୁନି ସ୍ପାଇସ ଜେଟ, ଆର୍ଥିକ ସଂକଟରେ ଫସିଲା ଏୟାରଲାଇନ

ନୂଆଦିଲ୍ଲୀ: ଭାରତୀୟ ବିମାନ ସେକ୍ଟରର ଅଗ୍ରନୀ କମ୍ପାନୀ ସ୍ପାଇସଜେଟର ଆର୍ଥିକ ସଂକଟ ବଢିବାରେ ଲାଗିଛି । କମ୍ପାନୀ ନିଜ କର୍ମଚାରୀମାନଙ୍କର ପ୍ରୋଭିଡଏଣ୍ଟ ଫଣ୍ଡ ମଧ୍ୟ ଦେବାରେ ଅସକ୍ଷମ ହୋଇଛି । ଇପିଏଫଓର ଅନୁସାରେ, ସ୍ପାଇସଜେଟ ଶେଷଥର ପାଇଁ ଜାନୁଆରୀ ୨୦୨୨ରେ ନିଜର ୧୧,୫୮୧ କର୍ମଚାରୀମାନଙ୍କ ପିଏଫ ଭରିଥିଲା । ଏହାପରେ ସେ ଲଗାତାର ଅଢେଇ ବର୍ଷର ପିଏଫ ଭରିବା ଅସକ୍ଷମ ରହିଛନ୍ତି । ଏହି ମାମଲାକୁ ନେଇ ଇପିଏଫଓ ପକ୍ଷରୁ ଏୟାରଲାଇନକୁ ନୋଟିସ ଜାରି କରାଯାଇଛି । ସ୍ପାଇସ ଜେଟ ଏପର୍ଯ୍ୟନ୍ତ ଏହି ନୋଟିସର ଜବାବ ଦେଇନାହିଁ ।

ସୂଚନାନୁଯାୟୀ, ସ୍ପାଇସ ଜେଟ ଏୟାରଲାଇନ ଅର୍ଥିକ ସଙ୍କଟ ଦେଇ ଗତି କରୁଛି । ଏହା କର୍ମଚାରୀମାନଙ୍କ ପିଏଫ ଜମା କରିବାରେ ଲଗାତାର ଅସକ୍ଷମ ହେଉଛି । ଆର୍ଥିକ ସଙ୍କଟର ପ୍ରଭାବ ଏୟାରଲାଇନର ସହରମାନଙ୍କ ଉପରେ ଦେଖିବାକୁ ମିଳୁଛି । ଚଳିତ ବର୍ଷ ସ୍ପାଇସ ଜେଟର ସେୟାର ପାଖାପାଖି ୭.୬ ପ୍ରତିଶତ ତଳକୁ ଆସିସାରିଛି । ଗତବର୍ଷ ତୁଳନାରେ ପାଖାପାଖି ୮୬ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ରିପୋର୍ଟରେ ଦାବି କରାଯାଇଛି ଯେ, ସ୍ପାଇସ ଜେଟ ଖାଲି କର୍ମଚାରୀମାନଙ୍କ ପିଏଫ ରୋକିନାହିଁ ବରଂ ଦରମା ବି ଠିକ ସମୟରେ ଦେଇପାରୁନାହିଁ । କମ୍ପାନୀ କ୍ୟାସ ସଂକଟରେ ମଧ୍ୟ ଫସିବା ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.