fbpx

ଫୋନକୁ ଦିଅନ୍ତୁ ଲମ୍ବା ଜୀବନ, ଚାର୍ଜ ସମୟରେ ଆପଣାନ୍ତୁ ୮୦-୨୦ ଫର୍ମୁଲା…..

ଓଡିଶା ଭାସ୍କର: ଅଧୁନା କୌଣସି ବି ମଣିଷ ବିନା ସ୍ମାର୍ଟଫୋନରେ ଅଧା ଘଣ୍ଟା ବି ବଞ୍ଚିବା ମୁସ୍କିଲ । ମଣିଷର ବଡ ବଡ କାମସବୁ ସ୍ମାର୍ଟଫୋନ ସାହାଯ୍ୟରେ ଅତି ସହଜରେ ହୋଇଯାଏ । ଏହା କହିବା ଆବଶ୍ୟକ ଯେ, ଫୋନକୁ ଦେଖି ହିଁ ମଣିଷର ଦିନ ଆରମ୍ଭ ହୋଇଥାଏ ଓ ସରି ମଧ୍ୟ ଥାଏ । ଅନଲାଇନ ପେମେଣ୍ଟଠୁ ଆରମ୍ଭ କରି ମଣିଷର ସମସ୍ତ ଜରୁରୀ ଆବଶ୍ୟକତା ପୂରଣ କରେ ଏହି ସ୍ମାର୍ଟଫୋନ । ଯଦି ଫୋନ ଆମ ପାଇଁ ଏତେସବୁ କାମ କରୁଛି, ତେବେ ଫୋନର ମଧ୍ୟ ଆମେ ଦେଖାରେଖା କରିବାର ଆବଶ୍ୟକତା ରହିଛି । ସାଧାରଣ ଭାବରେ ଫୋନର ବ୍ୟାଟେରୀର ଅଧିକ ଯତ୍ନ ନେବା ଆବଶ୍ୟକ । ଏଭଳିସ୍ଥିତିରେ ଯଦି ଦେଖାଯାଏ, ତେବେ ଫୋନର ବ୍ୟାଟେରୀ ହିଁ ଅଧିକାଂଶ ସମୟରେ ଶୀଘ୍ର ଖରାପ ହୋଇଥାଏ । ସେଥିପାଇଁ ଆପଣ ଚାର୍ଚ ସମୟରେ ୮୦-୨୦ ଫର୍ମୁଲାଙ୍କୁ ଫଲୋ କରନ୍ତୁ । ତେବେ କ’ଣ ଏହି ୮୦-୨୦ ଫର୍ମୁଲା! ଜାଣନ୍ତୁ….

ଅଧିକାଂଶ ଲୋକ ନିଜର ଫୋନକୁ ଚାର୍ଚ କରିବା ସମୟରେ ଭୁଲି ଯାଆନ୍ତି ଯେ, ସେମାନେ କେତେ ସମୟରୁ ଫୋନକୁ ଚାର୍ଚରେ ବସାଇଛନ୍ତି । ଯାହା ତାଙ୍କର ଫୋନ ପାଇଁ ଜମାରୁ ଠିକ ନୁହଁ । ଫୋନକୁ ଚାର୍ଚ କରିବା ସମୟରେ କେତେକ ଜିନିଷ ଉପରେ ଧ୍ୟାନ ରଖନ୍ତୁ । ଯଦି ଆପଣ ନିଜର ଫୋନକୁ ୧୦୦ ପ୍ରତିଶତ ଚାର୍ଚ କରୁଛନ୍ତି ଓ ଭାବୁଛନ୍ତି ଯେ ଏହା କରିବା ଦ୍ୱାରା ଆପଣଙ୍କ ଫୋନ ଭଲ ରହିବ । ଏହା ଭାବିବା ଭୁଲ ଅଟେ । ବିଶେଷଜ୍ଞଙ୍କ କହିବାନୁସାରେ, ଜଣଙ୍କର ଫୋନ ୮୦ ପ୍ରତିଶତ ଚାର୍ଜ ରହିଲେ ଏହା ଫୋନକୁ ଲମ୍ବା ଜୀବନ ଦେଇଥାଏ । ସେମାନଙ୍କ ମତରେ ଫୋନକୁ କେବେ ବି ୧୦୦ ପ୍ରତିଶତ ଚାର୍ଚ କରିବା ଉଚିତ ନୁହେଁ । ୮୦-୯୦ ପ୍ରତିଶତ ଚାର୍ଚ ହେବା ପରେ ଫୋନକୁ ଚର୍ଜିଙ୍ଗରୁ ହଟାଇ ଦେବାର ଆବଶ୍ୟକତା ରହିଛି ।

କେଉଁ ସମୟରେ ଫୋନକୁ ଚାର୍ଚରେ ବସାଇବେ ତାହାପ୍ରତି ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ବିଶେଷଜ୍ଞ କହନ୍ତି ଯେ, ବ୍ୟାଟେରୀକୁ କେବେ ବି ଶୂନ୍ୟ ପର୍ଯ୍ୟନ୍ତ ନେଇ ଯାଆନ୍ତୁ ନାହିଁ । ତାହାସହ ଏହାକୁ କେବେ ବି ୨୦ ପ୍ରତିଶତଠୁ କମ୍ ହେବାକୁ ଦିଅନ୍ତୁ ନାହିଁ । ୨୦ ପ୍ରତିଶତ ପର୍ଯ୍ୟନ୍ତ ବ୍ୟାଟେରୀ ଆସିଗଲେ ତାହାକୁ ଚାର୍ଚରେ ବସାଇ ଦିଅନ୍ତୁ ।

Get real time updates directly on you device, subscribe now.