fbpx

ଦିଲ୍ଲୀ-ମୁମ୍ବାଇ ନୁହେଁ, ଏହି ରାଜ୍ୟରେ ବାସ କରନ୍ତି ଦେଶର ସବୁଠାରୁ ଧନୀ ଲୋକ

ନୂଆଦିଲ୍ଲୀ: ଅଧିକାଂଶା ଲୋକଙ୍କ ଧାରଣା ଥାଏ କି ଦିଲ୍ଲୀ, ମୁମ୍ବାଇ ଭଳି ମେଟ୍ରୋ ପଲିଟିଆନ୍ ସିଟିରେ ଧନି ଲୋକମାନେ ବାସ କରିଥାନ୍ତି । କିନ୍ତୁ ପୂର୍ବୋତ୍ତରରେ ଏପରି ଏକ ରାଜ୍ୟ ଅଛି ଯେଉଁଠି ବ୍ୟକ୍ତିଙ୍କ ମୁଣ୍ଡପିଛା ଆୟ ଅନ୍ୟ ବଡ଼ ବଡ଼ ସହର ତୁଳନାରେ ସର୍ବାଧିକ ଅଟେ । କହିରଖୁଛୁ ଏହି ପରିସଂଖ୍ୟାନ Ministry of Statistics and Programme Implementation ଦ୍ୱାରା ଜାରି କରାଯାଇଛି । ସରକାର ଦ୍ୱାରା ଜାରି କରାଯାଇଥିବା ସର୍ବାଧିକ ମୁଣ୍ଡପିଛା ଆୟ ଥିବା ରାଜ୍ୟ ମଧ୍ୟରେ ୨ୟ ନମ୍ବରରେ ରହିଛି ପର୍ଯ୍ୟଟନ ସହର ଗୋଆ । ଏଠାରେ ବାର୍ଷିକ ମୁଣ୍ଡପିଛା ଆୟ ହାରାହାରି ୬, ୯୪, ୭୧୦ ଟଙ୍କା ଅଟେ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହି ତାଲିକାରେ ଶୀର୍ଷ ୧୦ଟି ରାଜ୍ୟ ମଧ୍ୟରେ ଇଣ୍ଡଷ୍ଟ୍ରିଆଲ ସହର ଭାବ ମହାରାଷ୍ଟ୍ରର ନାଁ ସାମିଲ ନାହିଁ ।

ସରକାର ଦ୍ୱାରା ଜାରି କରାଯାଇଥିବା ସର୍ବାଧିକ ମୁଣ୍ଡପିଛା ଆୟ ଥିବା ରାଜ୍ୟ ମଧ୍ୟରେ ତୃତୀୟ ନମ୍ବରରେ ରହିଛି ଦେଶର ରାଜଧାନୀ ଦିଲ୍ଲୀ । ଏଠାରେ ବାର୍ଷିକ ମୁଣ୍ଡପିଛା ଆୟ ହାରାହାରି ୫, ୫୫, ୨୭୦ ଟଙ୍କା । ପ୍ରଥମ ସ୍ଥାନରେ ରହିଛି ସିକ୍କିମ୍ । ଏଠାରେ ବାର୍ଷିକ ମୁଣ୍ଡପିଛା ଆୟ ହାରାହାରି ୭, ୨୧, ୩୫୩ ଟଙ୍କା ଅଟେ । ଆର୍ଥିକ ବର୍ଷ ୨୦୨୨-୨୩ରେ ଏହି ତାଲିକାରେ ଶୀର୍ଷରେ ଥିବା ତେଲେଙ୍ଗାନା ରାଜ୍ୟ ବର୍ତ୍ତମାନ ୪ର୍ଥ ନମ୍ବରକୁ ଖସି ଆସିଛି । ଏଠାରେ ବାର୍ଷିକ ମୁଣ୍ଡପିଛା ଆୟ ୩, ୯୩, ୮୩୯ ଟଙ୍କା । ଦୁଇ ବର୍ଷର୍ ପୂର୍ବରୁ ଏହି ସଂଖ୍ୟା ୩, ୦୮, ୭୩୨ ଥିଲା । ସେହିପରି ୫ମ ସ୍ଥାନରେ ରହିଛି କର୍ଣ୍ଣାଟକ ଯେଉଁଠି ବାର୍ଷିକ ମୁଣ୍ଡପିଛା ଆୟ ହାରାହାରି ୩, ୮୪, ୮୭୧ । ଷଷ୍ଠ ସ୍ଥାନରେ ରହିଛି ହରିୟାଣା ଯେଉଁଠି ବାର୍ଷିକ ମୁଣ୍ଡପିଛା ଆୟ ହାରାହାରି ୩, ୮୦, ୨୨୩ । ସପ୍ତମ ସ୍ଥାନରେ ଥିବା ତାମିଲନାଡୁରେ ମୁଣ୍ଡପିଛା ବାର୍ଷିକ ହାରାହାରି ଆୟ ୩, ୫୮, ୮୦୯ ଟଙ୍କା । ଉଦ୍ୟୋଗପତିଙ୍କ ରାଜ୍ୟ ଭାବେ ପରିଚିତ ଗୁଜରାଟ ୮ମ ସ୍ଥାନରେ ରହିଛି । ଏଠାରେ ବାର୍ଷିକ ମୁଣ୍ଡପିଛା ଆୟ ହାରାହାରି ୩, ୫୭, ୩୯୮ ଟଙ୍କା । ଦକ୍ଷିଣ ରାଜ୍ୟ କେରଳ ନବମ ସ୍ଥାନରେ ରହିଛି ଯେଉଁଠି ବାର୍ଷିକ ମୁଣ୍ଡପିଛା ଆୟ ହାରାହାରି ୩, ୪୬, ୬୦୮ । ହିମାଚଳ ପ୍ରଦେଶ ୧୦ମ ସ୍ଥାନରେ ରହିଛି ଯେଉଁଠି ବାର୍ଷିକ ମୁଣ୍ଡପିଛା ଆୟ ହାରାହାରି ୩, ୧୩, ୪୯୧ ଟଙ୍କା ରହିଛି ।

Get real time updates directly on you device, subscribe now.