fbpx

ମର୍ମନ୍ତୁଦ ଦୁର୍ଘଟଣା; ଘାଟିରେ କାର ଖସି ଚାରିଜଣଙ୍କ ମୃତ୍ୟୁ, ଦୁଇ ଆହତ

ନୂଆଦିଲ୍ଲୀ: ମଙ୍ଗଳବାର ସନ୍ଧ୍ୟାରେ ଜାମ୍ମୁ କାଶ୍ମୀରର କିଶ୍ଟୱର ଜିଲ୍ଲାର ଡାଚାନ ଅଞ୍ଚଳରେ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ସମ୍ପର୍କରେ ଜାମ୍ମୁ କାଶ୍ମୀର ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ ଏକ କାର, ଯାହାର ନମ୍ବର JK01K-5426, ହିରୋଇନ୍ ନାଲା ଡାଚାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ପୋଲିସ କହିଛି ଯେ ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନା କିଶ୍ଟୱରକୁ ନେଇଛି। ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି। ଏହି ଘଟଣା ସମ୍ପର୍କରେ ପୋଲିସ ଆହୁରି ମଧ୍ୟ କହିଛି ଯେ କାରଟି ରାସ୍ତାରୁ ଖସି ଗଭୀର ଗର୍ତ୍ତରେ ଖସିପଡିଛି। କାର ଡ୍ରାଇଭର ନିୟନ୍ତ୍ରଣ ହରାଇବା ପରେ ଏହି ଦୁର୍ଘଟଣା ଘଟିଛି।

Get real time updates directly on you device, subscribe now.