fbpx

ବଲିଉଡ ସୁନ୍ଦରୀଙ୍କୁ ବାହା ହେବେ କୁଳଦୀପ? ବିବାହକୁ ନେଇ ବଡ଼ ଖୁଲାସା କଲେ ‘ଚମ୍ପିଆନ୍’

ନୂଆଦିଲ୍ଲୀ: ଭାରତ ବିଶ୍ୱକପ ବିଜୟୀ ହେବା ପରେ ଏବେ ଆଉ ଏକ ବଡ଼ ଖୁସିଖବର ଦେବାକୁ ଯାଉଛନ୍ତି ଦଳର ଷ୍ଟାର ଖେଳାଳି । ‘ଚମ୍ପିଆନ୍’ ଦଳର ଚାଇନାମ୍ୟାନ୍ ବୋଲର କୁଳଦୀପ ଯାଦବ ଫ୍ୟାନ୍ସମାନଙ୍କ ପାଇଁ ଆଉ ଏକ ସରପ୍ରାଇଜ ଦେବାକୁ ଯାଉଛନ୍ତି । ଖୁବଶୀଘ୍ର ସେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ବୋଲି ଚର୍ଚ୍ଚା କରାଯାଉଛି । କାରଣ ଏ ନେଇ କୁଳଦୀପ ମଧ୍ୟ ଇସାରା ଦେଇ ସାରିଛନ୍ତି । ତେବେ ସେ କାହାକୁ ବାହା ହେବେ, ସେ ନେଇ ସ୍ପଷ୍ଟ କରିନାହାନ୍ତି । ଏହାପରେ କୁଳଦୀପ ଜଣେ ବଲିଉଡ ସୁନ୍ଦରୀ ବା ଅଭିନେତ୍ରୀଙ୍କୁ ବିବାହ କରିବା ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି । ତେବେ ବିବାହ ସମ୍ପର୍କରେ ମୁହଁ ଖୋଲିଛନ୍ତି ନିଜେ ଷ୍ଟାର ବୋଲର କୁଳଦୀପ ଯାଦବ ।

ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିବା ପରେ ଏବେ ଟିମ୍ ଇଣ୍ଡିଆର ଖେଳାଳିମାନେ ନିଜ ପରିବାର ପାଖକୁ ଫେରିଛନ୍ତି । ସମସ୍ତ ଖେଳାଳି ନିଜକୁ ଏବଂ ସେମାନଙ୍କ ପରିବାରକୁ ସମୟ ଦେଉଛନ୍ତି । ବିଶ୍ୱକପ ବିଜୟ ପରେ ସମସ୍ତ ଖେଳାଳିଙ୍କ ଭିନ୍ନ ଭିନ୍ନ ମନ୍ତବ୍ୟ ଏବଂ ସାକ୍ଷାତକାର ମଧ୍ୟ ପ୍ରକାଶ ପାଉଛି । ବର୍ତ୍ତମାନ ଟିମ୍ ଇଣ୍ଡିଆର ଚାଇନାମ୍ୟାନ୍ ବୋଲର କୁଳଦୀପ ଯାଦବଙ୍କ ଏକ ସାକ୍ଷାତକାର ବାହାରକୁ ଆସିଛି । ଯେଉଁଥିରେ ସେ ତାଙ୍କ ବିବାହ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି । ତାଙ୍କୁ ପଚରାଯାଇଥିବା ପ୍ରଶ୍ନରେ କୁଳଦୀପ କୌଣସି ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରିବେ କି ନାହିଁ ସେ ବିଷୟରେ ଖୁଲାସା କରିଛନ୍ତି । ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆର ତାରକା ସ୍ପିନ୍ ବୋଲର କୁଳଦୀପ ଯାଦବ ଏକ ମିଡିଆ ଚ୍ୟାନେଲକୁ ସାକ୍ଷାତକାର ଦେବାବେଳେ କହିଥିଲେ ଯେ, ସେ କୌଣସି ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରିବେ ନାହିଁ । କୁଳଦୀପ କହିଛନ୍ତି ଖୁବ୍ ଶୀଘ୍ର ସମସ୍ତେ ଭଲ ଖବର ପାଇବାକୁ ଯାଉଛନ୍ତି, କିନ୍ତୁ ଏହା କୌଣସି ବଲିଉଡ ଅଭିନେତ୍ରୀ ହେବ ନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ମୋର ଏବଂ ମୋ ପରିବାରର ଯତ୍ନ ରଖିବା ଆବଶ୍ୟକ । ସେ କୌଣସି ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରିବାକୁ ଯାଉନାହାନ୍ତି ବୋଲି କୁଳଦୀପ ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଟି-୨୦ ବିଶ୍ୱକପ ୨୦୨୪ର ପ୍ରଥମ କିଛି ମ୍ୟାଚରେ କୁଳଦୀପ ଯାଦବଙ୍କୁ ସୁଯୋଗ ମିଳି ନ ଥିଲା । କିନ୍ତୁ ପରେ ସୁପର-୮ ମୁକାବିଲାରେ ମହମ୍ମଦ ସିରାଜଙ୍କ ବଦଳରେ କୁଳଦୀପ ଯାଦବଙ୍କୁ ପ୍ଲେଇଙ୍ଗ୍ ଏକାଦଶରେ ଅନ୍ତର୍ଭୁକ୍ତ କରିଥିଲେ ଅଧିନାୟକ ରୋହିତ । କୁଳଦୀପ ଟିମ ଇଣ୍ଡିଆ ପାଇଁ ସମସ୍ତ ମ୍ୟାଚରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ । ଭାରତକୁ ବିଶ୍ୱବିଜୟୀ କରାଇବାରେ ତାଙ୍କର ମଧ୍ୟ ବଡ଼ ଭୂମିକା ରହିଛି । ତେଣୁ ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବିଶ୍ୱକପ ଜିତିବା ପରେ କୁଳଦୀପ କାନପୁରରେ ପହଞ୍ଚିବା ପରେ ସେଠାରେ ମଧ୍ୟ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ କୁଳଦୀପଙ୍କୁ ସ୍ୱତନ୍ତ୍ର ଉପହାର ସହ ଶୁଭେଚ୍ଛା ଜଣାଇଛନ୍ତି । ସମ୍ପ୍ରତି କୁଲଦୀପ ତାଙ୍କ ଘର ସହର କାନପୁରରେ ଅଛନ୍ତି ।

Get real time updates directly on you device, subscribe now.