fbpx

ଝିଅ ହେବ ତ ଏମିତି, ୱିମ୍ବଲଡନରେ କାନ୍ଦିଲେ ଏଲିନା ସ୍ୱିତୋଲିନା, ୟୁକ୍ରେନ ଯୁଦ୍ଧରେ ଫସି ରହିଛନ୍ତି ପରିବାର….

ଓଡିଶା ଭାସ୍କର: ୟୁକ୍ରେନର ସୁନ୍ଦରୀ ତଥା ସୁନା ଝିଅ ଏଲିନା ସ୍ୱିତୋଲିନା ଟେନିସର ସବୁଠୁ ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନର କ୍ୱାଟରଫାଇନାଲରେ ନିଜର ସ୍ଥାନ ପକ୍କା କରି ସାରିଛନ୍ତି । ଏହି ଦମଦାର ବିଜୟ ପରେ ବି ଏଲିନାଙ୍କ ମୁହଁରେ ଖୁସି ନ ଥିଲା ବରଂ ଆଖିରୁ ତାଙ୍କର ଲୁହ ଗଡୁଥିଲା । ସେ ନିଜ ଦେଶ ଉପରେ ଋଷର ମିସାଇଲ ଆକ୍ରମଣକୁ ନେଇ ବେଶ୍ ଚିନ୍ତିତ ଥିବାର ନଜର ଆସିଥିଲେ । ଏଲିନା ସ୍ୱିତୋଲିନାଙ୍କୁ ଆଶା ଅଛି ଯେ, ଏହି ବିଜୟ ତାଙ୍କ ଦେଶ ୟୁକ୍ରେନର ଅନ୍ଧକାରମୟ ଜୀବନରେ କିଛି ମାତ୍ରାରେ ଆଲୁଅ ଭରିବ ।

ଏଲିନା ସ୍ୱିତୋଲିନା ଏହି ମ୍ୟାଚରେ ନିଜର ଧଳା କମିଜରେ କଳା ରଙ୍ଗର ରିବନ ପିନ୍ଧିଥିବା ଦୃଷ୍ଟିଗୋଚର ହୋଇଥିଲେ । ସେ ୱାଙ୍ଗ ଶିନ୍ୟୁଙ୍କୁ ସିଧାସଳଖ ୬-୨, ୬-୧ ସେଟରେ ମାତ ଦେଇଥିଲେ । ଲାଗୁଥିଲା ଯେମିତି ସେ ଟେନିସରେ ୟୁକ୍ରେନ ଆଡୁ ଯୁଦ୍ଧ କରି ଋଷ ଉପରେ ସବୁ ରାଗ ଶୁଝାଉଛନ୍ତି । କ୍ୱାଟର ଫାଇନାଲରେ ତାଙ୍କର ମୁକାବିଲା ଏଲିନା ରିବାକାନାଙ୍କ ସହ ହେବ । ବିଜୟ ପରେ ଏଲିନା କାନ୍ଦିକି କହିଥିଲେ ଯେ ସେ ବେଶୀ ସମୟ ଏଠାରେ ଆଉ ରହି ପାରିବେ ନାହିଁ । ନିଜର କୋଠରୀକୁ ଯାଇ ସେ ଏକା ରହିବାକୁ ଚାହାନ୍ତି । ତାଙ୍କ ମନରେ ଅନେକ ଭାବନା ଉଙ୍କି ମାରୁଛି ୟୁକ୍ରେନ ଯୁଦ୍ଧକୁ ନେଇ । ଏଭଳି ଦୁଃଖଭରା ଦିନରେ ତାଙ୍କୁ କିଛି କରିବାକୁ ଇଚ୍ଛା ନାହିଁ ବୋଲି ଟେନିସ ସୁନ୍ଦରୀ ସୁନା ଝିଅ ଏଲିନା ସ୍ୱିତୋଲିନା କହିଥିଲେ ।

ପ୍ରକାଶଥାଉ ଯେ, ଏଲିନାଙ୍କ ପରିବାର ଏବେ ବି ୟୁକ୍ରେନ ଯୁଦ୍ଧରେ ଫସିକି ରହିଛନ୍ତି । ଭୟ ଓ ଭୟାନକର ଲଢେଇ ମଧ୍ୟରେ ଏଲିନା ୱିମ୍ବଲଡନ ଖେଳୁଛନ୍ତି ନିଜ ଦେଶ ପାଇଁ । ଏମିତି ଭାବନାତ୍ମକ ପରିସ୍ଥିତି ସମୟରେ ମ୍ୟାଚ ଜିତି ସମସ୍ତଙ୍କୁ ଏଲିନା ଚକିତ କରି ଦେଇଛନ୍ତି । ସମସ୍ତେ ଏଲିନାଙ୍କୁ କହୁଛନ୍ତି, ‘ଝିଅ ହେବ ତ ଏମିତି’ ।

 

Get real time updates directly on you device, subscribe now.